ବରଗଡ଼ ଜିଲ୍ଲା ରେଲ ଉପଭୋକ୍ତା ସଂଘର ଷ୍ଟେସନ ପରିଦର୍ଶନ...
(ଟ୍ରେନ ରହଣୀ ତଥା ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆଲୋଚନା )
ବରଗଡ଼,୧୭/୧୦ (ବିଜୟ କୁମାର ସାହୁ) : ଗତ ୨୪/୧୦ ରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାର ନିଷ୍ପତ୍ତି ଅନୁଯାୟୀ ଗତକାଲି ଗୁରୁବାର ଦିନ ସନ୍ଧ୍ୟା ସମୟରେ ଏକ ପ୍ରତିନିଧି ମଣ୍ଡଳୀ ଷ୍ଟେସନ ପରିଦର୍ଶନରେ ଯାଇଥିଲେ।
Ad..
ସଂଯୋଗ ବଶତଃ, ଉକ୍ତ ସମୟରେ ସ୍ଥାନୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ସଦସ୍ୟମାନେ ମଧ୍ୟ ଷ୍ଟେସନ ପରିଦର୍ଶନରେ ଆସିଥିଲେ। ତେଣୁ, ଉଭୟ ପ୍ରତିନିଧିଦଳ ମିଳିତ ରୂପେ ଷ୍ଟେସନ ମେନେଜରଙ୍କ ସହିତ ଦେଖା କରି- କୋଚ ଡିସପ୍ଲେ ସିଷ୍ଟମ ନିୟମିତ ରୂପେ ଚଳାଇବା...
Ad..
ପ୍ଲାଟଫର୍ମ -୨ ର ଲିଫ୍ଟକୁ ସଜାଡ଼ିବା ପରିବର୍ତ୍ତେ ବଦଳାଇବା, ଟ୍ରେନ ଗୁଡ଼ିକର ରହଣୀ ୨ ମିନିଟ ପରିବର୍ତ୍ତେ ୫ ମିନିଟ କରିବା, ସିସିଟିଭି ଲଗାଇବା, ମୋଟରସାଇକେଲ ଷ୍ଟେଣ୍ଡ ଉପରେ କଭର ଲଗାଇବା ଇତ୍ୟାଦି ସମସ୍ୟା ର ସମାଧାନ ପାଇଁ ଆଲୋଚନା କରାଯାଇଥିଲା।
Ad..
ପ୍ରତିନିଧି ଦଳରେ କୃଷ୍ଣ ଚନ୍ଦ୍ର ପଣ୍ଡା, ସର୍ଦ୍ଦାର ପ୍ରିତମ ସିଂହ, କମଳ ଯୋଶୀ, କିଶୋର କୁମାର ରଥ, ଉଦ୍ଧବ ଚରଣ ବେହେରା, ସନ୍ତୋଷ କୁମାର ଦାଶ ଓ ବିନୟ କୁମାର ଲାଠ ପ୍ରମୁଖ ଯୋଗ ଦେଇଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
railway upabhokta sangh





