ବରଗଡ଼ ସହରର ଶୋଚନୀୟ ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲା ଆମ୍ ଆଦମୀ ପାର୍ଟି...

ବରଗଡ଼ ସହରର ଶୋଚନୀୟ ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲା ଆମ୍ ଆଦମୀ ପାର୍ଟି...


ବରଗଡ଼,୧୭/୧୦ : "କେଡେ ସୁନ୍ଦର ଆମର ବରଗଡ଼ ସହର" ଗୀତଟି ଯେତେ ଲୋକ ପ୍ରିୟତା ହାସଲ କରିଥିଲା ବର୍ତମାନ ର ସମୟରେ ସେତିକି ବିରୋଧ ର ଶିକାର ହେଉଛି କାରଣ ବରଗଡ଼ ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି। 

Ad..


ଯେଉଁ ଆଡେ ନଜର ପକାଇବେ କୁଢ଼ କୁଢ଼ ଜରି, ପ୍ଲାଷ୍ଟିକ, ମଇଳା ଆବର୍ଜନା ରେ ଭର୍ତ୍ତି ହୋଇଛି ବରଗଡ ସହର,ଏହାକୁ ଦେଖି ବରଗଡ଼ ର ଜନ ସାଧାରଣ ବିରକ୍ତ ଓ ଅସନ୍ତୋଷ ପ୍ରକାଶ କରୁଛନ୍ତି। 

        Ad..


ଏହି ପରିମଳ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରି ଆମ୍ ଆଦମୀ ପାର୍ଟି ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛି। ଆପ୍ ନେତା ଭବାନୀ ସାହୁ ଙ୍କ ନେତୃତ୍ୱ ରେ ଶୁକ୍ରବାର ଏକ ଟିମ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ଦେଇ ଏହି ସମସ୍ୟାର ସମାଧାନ ତୁରନ୍ତ କରିବାକୁ ଦାବୀ କରିଛି। 

Ad..


ବରଗଡ଼ ପୌର ପରିଷଦ ଅଧୀନରେ ୧୯ ଟି ୱାର୍ଡ ଥିବା ବେଳେ ଲକ୍ଷାଧିକ ଲୋକ ବରଗଡ ସହରରେ ବସବାସ କରିଥାନ୍ତି କିନ୍ତୁ ଦୁର୍ଭାଗ୍ୟ ର କଥା ଏହା ଯେ ପରିମଳ ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ସ୍ୱଚ୍ଛ ଭାରତ ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହେଉଥିବା ବେଳେ କାହିଁକି ତାହା ସଫେଇ ରେ ପ୍ରତି ଫଳିତ ହେଉ ନାହିଁ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। 

Ad..


ଆଗକୁ ଶୀଘ୍ର ପରିମଳ ବ୍ୟବସ୍ଥା ନସୁଧୁରିଲେ ଆପ୍ ଅହିଂସାତ୍ମକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସ୍ୱରୂପ ଭୋଇ, ନାରୀ ନେତ୍ରୀ ମାରିୟମ ବାର୍ଲା,ଅସିତ ସାହୁ ଉପସ୍ଥିତ ଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post