ଗୌରୀଶଙ୍କର ମନ୍ଦିର ରେ ରାମଚରିତ ମାନସ...

ଗୌରୀଶଙ୍କର ମନ୍ଦିର ରେ ରାମଚରିତ ମାନସ...


ବରଗଡ଼,୧୮/୧୦(ବିଜୟ କୁମାର ସାହୁ): ସ୍ଥାନୀୟ ବରଗଡ଼ ଗୌରୀଶଙ୍କର ମନ୍ଦିର ରେ ଆସନ୍ତା ୨୭ ତାରିଖ ରୁ ନଭେମ୍ବର ୫ ତାରିଖ ବୁଧବାର ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୩ ଘଟିକା ଠାରୁ ପ୍ରବଚକ ଶ୍ରୀ ଚୈତନ୍ୟ ଚରଣ ମିଶ୍ରଙ୍କ ଦ୍ଵାରା ଶ୍ରୀ ରାମଚରିତ ମାନସ (ତୁଳସୀ ରାମାୟଣ) ନବାହ୍ନ ପାରାୟଣ ଅନୁଷ୍ଠିତ ହେବ। 

Ad..


ଏହି ପରିପ୍ରେକ୍ଷୀରେ ୨୭ ତାରିଖ ରେ କଳଶ ଅଧିବାସ ୨୮ ତାରିଖ ଦିନ ଶିବପାର୍ବତୀଙ୍କ ବିବାହ ୨୯ ତାରିଖ ରେ ରାବଣ ପୂର୍ବ ଜନ୍ମ ବୃତ୍ତାନ୍ତ, ରାମଜନ୍ମ ଓ ବାଲ୍ୟଲୀଳା , ୩୦ ତାରିଖ ଦିନ ଧନୁଭଗ୍ନ, ପର୍ଶୁରାମ ଚରିତ,ଓ ସୀତାରାମ ବିବାହ ପ୍ରସଙ୍ଗ ୩୧ ତାରିଖ ଦିନ...

         Ad..


ରାମ ବନବାସ ଓ କୈବର୍ତ୍ତ ପ୍ରସଙ୍ଗ ସେହିପରି ନଭେମ୍ବର ୧ ଶନିବାର ଦିନ ଦଶରଥ ମହାରାଜାଙ୍କ ମହା ପ୍ରୟାଣ,ଭରତଙ୍କ ଚିତ୍ରକୁଟ ଯାତ୍ରା,୨ ତାରିଖ ଦିନ ଭରତ ମିଳନ,ପାଦୂକା ନେଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ,ସୁର୍ପଣଖା ନାସା ଚ୍ଛେଦନ,ତ୍ରୀଶିରା ବଧ,ମାରିଚ ପ୍ରସଙ୍ଗ ଓ ସୀତା ଚୋରୀ ସେହିପରି ୩ ତାରିଖ ଦିନ ଜଟାୟୁ ଚରିତ,ବାଳି ବଧ...

Ad..


ଲଙ୍କାପୋଡ଼ି,ବିଭିଷଣ ଙ୍କ ଶରଣାପନ୍ନ, ସେତୁବନ୍ଧ ପ୍ରତିଷ୍ଠା,ଓ ରାମ ଲକ୍ଷ୍ମଣ ଙ୍କ ସୁବଳ ପର୍ବତରେ ଅବସ୍ଥାନ ତଥା ୪ ତାରିଖ ଦିନ କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ରାବଣ ବଧ ଆଦି ପ୍ରସଙ୍ଗ ଥିବା ବେଳେ ଅନ୍ତିମ ଦିବସ ନଭେମ୍ବର ୫ ତାରିଖ ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀରାମ ଙ୍କ ଅଭିଷେକ,କାଳ ଭୁଷୁଣ୍ଡି - ଗରୁଡ଼ ସମ୍ବାଦ...

Ad..


ପୂର୍ଣ୍ଣାହୁତି ଓ ମହାପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁମାନେ ଯୋଗଦେଇ ବିଭୂକୃପା ଲାଭ କରିବାକୁ ଗୌରୀଶଙ୍କର ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post