ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ଜିଲ୍ଲାର ୧୨୭ ଜଣ ତୀର୍ଥଯାତ୍ରୀଙ୍କ ଅଯୋଧ୍ୟା ଏବଂ ବାରଣାସୀ ଯାତ୍ରା...
ବରଗଡ଼,୦୭/୧୦ (ବିଜୟ କୁମାର ସାହୁ):ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସମ୍ବଲପୁର ଠାରୁ ଅଯୋଧ୍ୟା ଏବଂ ବାରଣାସୀ ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରାରେ ବରଗଡ ଜିଲ୍ଲାର ୧୨୭ ଜଣ ବରିଷ୍ଠ ନାଗରିକ ତଥା ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭାରମ୍ଭ ହୋଇଛି।
Ad..
ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ...
Ad..
ସାଂସଦଙ୍କ ପ୍ରତିନିଧି ସୁରେଶ୍ଵର ଶତପଥୀ, ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ମଳୟ ଶତପଥୀ ଉପସ୍ଥିତ ରହି ଯାତ୍ରାର ଶୁଭାରମ୍ଭ କରିଥିଲେ।Ad..
ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ସିଂଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ଡୋଲାମଣି ଶତପଥୀ ମଞ୍ଚ ପରିଚାଳନା କରିଥିଲେ ।
Ad..
ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ସହଯୋଗ କରିବା ପାଇଁ ୪ ଜଣ ଏସକୋର୍ଟ ଅଫିସର ନିୟୋଜିତ ଅଛନ୍ତି।
Report : Bijay ku sahu
Edited by k.s thakur...
Tags:
127 hindu pilgrims
Bargarh
bargarh news
latest news
latest update
odisha daily current affairs
odisha news
tirth Yatra





