କପିଲାଭଟା ରେ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ...
ବଙ୍ଗୋମୁଣ୍ଡା,୦୮/୧୦ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ରେ ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା କମିଟି ଓ ମାଁ ସାହାଜି ଯୁବକ ସଂଘ...
Ad..
କପିଲାଭଟା ର ମିଳିତ ଆନୁକୂଲ୍ୟରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଏଥିରେ ଆବାହକ ତଥା ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଗତ ବର୍ଷ ର ଆୟବ୍ୟୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ଏକ ପରିଚାଳନା କମିଟି ଚୟନ କରାଯାଇଛି ।Ad..
ସର୍ବସମ୍ମତି କ୍ରମେ ଏଥିରେ ସଭାପତି ଭାବେ ମନମଥ ହଂସ, ଉପସଭାପତି କର୍ଣ୍ଣ ହଂସ, ସମ୍ପାଦକ ଭାବେ ବିଷ୍ଣୁପ୍ରସାଦ ଗହିର, ସହ ସମ୍ପାଦକ କୁବେର ହଂସ, କୋଷାଧ୍ୟକ୍ଷ ଭାବେ ଦୁର୍ମନ ହଂସ, ଭକ୍ତ ହଂସ, ବୈଷ୍ଣବ ହଂସ,ଉପଦେଷ୍ଟା ଭାବେ ପୃଥ୍ୱୀରାଜ ବାଗ, ବୀର ହଂସ...
Ad..
ପାର୍ଥ ହଂସ,ଦୁର୍ଦକ୍ଷ ହଂସ,ସଦସ୍ୟ ଭାବେ ଛବିଲାଲ ଜାନୀ, ପରମାନନ୍ଦ ଛତ୍ରୀଆ,ହରପ୍ରସାଦ ହଂସ, ନରେନ୍ଦ୍ର ପୁଞ୍ଜି, ଯୁବରାଜ ହଂସ ପ୍ରମୁଖ ଙ୍କ ସହ ଅନ୍ୟ ମାନେ ମନୋନୀତ ହୋଇଥିଲେ। ଚଳିତ ବର୍ଷ କିପରି ଭାବେ ମହାସମାରୋହ ରେ ପାଳନ କରାଯିବ ସେ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
Ad..
ଆସନ୍ତା ଅକ୍ଟୋବର ୨୧ ତାରିଖ ସନ୍ଧ୍ୟା ୬ ଘଟିକା ରେ ଉଦଘାଟନୀ ସାଧାରଣ ସଭା ପରେ ଡ୍ୟାନ୍ସ ଧମାକା ,ଅକ୍ଟୋବର ୨୨ ତାରିଖ ରେ ସନ୍ଧ୍ୟା ୬ ଘଟିକା ରେ ଦ୍ଵିତୀୟ ରଜନୀ ପରେ ରାତ୍ର ରେ ସିନାପାଲି ବ୍ଲକ କୋଦୋବେଡା ର କାଳ୍ପନିକ ନାଟକ "ମନ ହଜିଗଲା ଫୁଲ ବନରେ " ମଂଚସ୍ଥ ହେବ,୩ ତାରିଖ ସନ୍ଧ୍ୟା ୬ ଘଟିକା ରେ ଉଦଯାପନୀ ଉତ୍ସବ...
Ad..
ପରେ ରାତ୍ରି ରେ ବୋଡେ଼ନ ବ୍ଲକ ଲେସୁନପାଲି ଗାଁର କାଳ୍ପନିକ ନାଟକ ସୁଚିତ୍ରା ଚନ୍ଦ୍ରକେତୁ ମିଳନ ବା ରାମ ବିଜେତା ହନୁ ମଂଚସ୍ଥ ହେବ ବୋଲି ନିଷ୍ପତି ନିଆଯାଇଛି।ପ୍ରତ୍ୟେହ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ସୂଚନା ମିଳିଛି।
ଏହି ଅବସର ରେ ଅଂଚଳ ର ବିଶିଷ୍ଟ ପ୍ରତିଭାବାନ ୫ ଜଣ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି କମିଟୀ ପକ୍ଷରୁ ନିଷ୍ପତି ନିଆଯାଇଛି ।ଓଡିଶା ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସାଂସ୍କୃତିକ ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ଦଳ ଗୁଡିକ ଯୋଗ ଦେବେ ବୋଲି ସୂଚନା ମିଳିଛି।
Edited by k.s thakur...
Tags:
bangomunda
bolangir daily current affairs
giri gobardhan puja
kantabanji
kapilabhata
latest news
latest update
odisha daily current affairs
odisha news
preparation meeting







