ଗୋମାଂସ କାଟିବା କୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ୬ ଗିରଫ...
ଦେବଗଡ଼/ରିଆମାଳ,୦୫/୦୯ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କେନ୍ଦେଇଜୁରୀ ଗ୍ରାମରେ ଗୋମାଂସ କାଟିବା ନେଇ ସଂଘବଦ୍ଧ ଆକ୍ରମଣରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଉକ୍ତ ଗ୍ରାମର ୬ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି।
Ad..
ସେମାନେ ସେହି ଗ୍ରାମର ହେଲେ ପ୍ରଭାତ କୁମାର ସାହୁ(୩୬), ଘନଶ୍ୟାମ ପ୍ରଧାନ (୩୦),ଗଜାନନ କଲେଟ(୧୮), କୁମରମଣି କାର୍ଲୋ(୬୦),ସୁରେଶ କିସାନ (୫୫) ଓ ଅନ୍ୟ ଜଣେ ଭଣ୍ଡାରିମାଳ,ମହେନ୍ଦ୍ରପୁର ଗ୍ରାମର ଦୀପକ କୁମାର ବେହେରା (୩୭) ବୋଲି ଜଣା ପଡ଼ିଛି। ଆଜି ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଓ କରୋନା ଆଣ୍ଟିଜେନ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ।
Ad..
ସୂଚନା ଅନୁସାରେ, ଗତ ବୁଧବାର ଦିନ ତେରେଣ୍ଡାକଟା ଗ୍ରାମ(କାଉଶିଢିପା ସାହି) ର ବିଷ୍ଣୁ ମେହେରଙ୍କ ପୁଅ କିଶୋର ମେହେର(୩୫) ଓ ତାଙ୍କ ସାଥୀ କେନ୍ଦେଇଜୁରୀ ଗ୍ରାମର ଗୌତମ ନାଏକ, କେନ୍ଦେଇଜୁରୀ ନାଳ କଡ଼ରେ ଗୋମାଂସ କାଟୁଥିଲେ।
Ad..
ସୂଚନା ପାଇ କେତେକ ଗ୍ରାମବାସୀ ସେଠାରେ ଚଢ଼ଉ କରିଥିଲେ । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୋମାଂସ ଏବଂ କଟା ଗୋରୁ ମୁଣ୍ଡ ବାହାରିଥିଲା।
Ad..
ଏହାକୁ ନେଇ ଲୋକଙ୍କ ମଧ୍ଯରେ ଉତ୍ତେଜନା ଦେଖାଦେବା ସହ ସେମାନେ କିଶୋର ଏବଂ ଗୌତମଙ୍କୁ କିଛି ଦୂରକୁ ଘୋଷାଡ଼ି ଆଣି ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ କିଶୋରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଗୌତମ ଆହତ ହୋଇଥିଲେ।
Ad..
ରିଆମାଳ ଥାନା ପୁଲିସ ଦୀର୍ଘ ସମୟ ପରେ ସୂଚନା ପାଇ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି କିଶୋରଙ୍କ ମୃତଦେହ ଜବତ କରିଥିଲା। ସେହିପରି କିଶୋରଙ୍କ ସ୍ତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା।
Ad..
Edited by k.s thakur...








ଯେମିତି କର୍ମ ସେମିତି ଫଳ
ReplyDelete