ଜାତୀୟ ଶିକ୍ଷକ ସମ୍ମାନ : ଓଡ଼ିଶାର ୨ ଶିକ୍ଷକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି...

ଜାତୀୟ ଶିକ୍ଷକ ସମ୍ମାନ : ଓଡ଼ିଶାର ୨ ଶିକ୍ଷକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି...


ଭୁବନେଶ୍ଵର,୦୫/୦୯ :  ଆଜି ପବିତ୍ର ଗୁରୁ ଦିବସ । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ମୋଟ ୪୫ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଛନ୍ତି । 

Ad..



ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ବସନ୍ତ ରଣା ଏବଂ କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ ଦାଶ । 

Ad..


ସମ୍ମାନୀତ ୪୫ ଜଣଙ୍କ ମଧ୍ୟରେ ୨୪ ପୁରୁଷ ଏବଂ ୨୧ ଜଣ ମହିଳା ଶିକ୍ଷକ ଅଛନ୍ତି।ଏହି ଅବସରରେ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ସମ୍ମାନୀତ ହୋଇଥିବା ଶିକ୍ଷକଙ୍କ ମଧ୍ୟରୁ ସହରୀ ଶିକ୍ଷକଙ୍କ ତୁଳନାରେ ଗ୍ରାମୀଣ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି।

Ad..


ଡାକ୍ତର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଚାହୁଁଥିଲେ ଯେ ଦେଶବାସୀ ତାଙ୍କୁ ଶିକ୍ଷକଭାବରେ ମନରେ ରଖନ୍ତୁ। ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଭଳି ଶିକ୍ଷା ବି ବହୁତ ଜରୁରୀ ଅଟେ ।

Ad..





Edited by k.s thakur...

Post a Comment

Previous Post Next Post