ହିନ୍ଦୀ ଶିକ୍ଷକ ପାଇଲେ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର'...

ହିନ୍ଦୀ ଶିକ୍ଷକ ପାଇଲେ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର'...



ମାଲକାନଗିରି,୦୫/୦୯ : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୃଷୁୱାଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ତୃତୀୟ ଭାଷା ନିମନ୍ତେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। 

      Ad..


ଅତିରିକ୍ତ ଜିଲ୍ଲାପାଲ ଦେଦବର ପ୍ରଧାନ ଆୱାର୍ଡ଼ ଓ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ସେ ଜଣେ କର୍ତ୍ତବ୍ୟନିଷ୍ଟା ତଥା ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସମଗ୍ର ଜିଲ୍ଲାରେ ପରିଚିତ। ହିନ୍ଦୀ ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପିଲାମାନଙ୍କୁ ହିନ୍ଦୀ ଶିକ୍ଷା ପ୍ରତି ଆଗ୍ରହୀ କରିବା ସହିତ ହିନ୍ଦୀ ଶିକ୍ଷାକୁ ସହଜ ଓ  ସରଳ ଓ ବୋଧଗମ୍ୟ କରିପାରିଛି। 

       Ad..


ତାଙ୍କର ମାର୍ଗ ଦର୍ଶନରେ ୨୦୨୪-୨୫ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫ ଜଣ ଛାତ୍ର ଛାତ୍ରୀ ହିନ୍ଦୀ  ବିଷୟରେ ୯୦ ମାର୍କ ରୁ ବେଶୀ ପ୍ରାପ୍ତ କରିଛନ୍ତି ଓ  ଉନ୍ନ‌ତମାନର ମାର୍କ ପ୍ରଦର୍ଶନ କରି ଭଲ ରେଜଲ୍ଟ ରଖି ପାସ ହେଉଛନ୍ତି।

Ad..


ଏହି ସଫଳତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ବେହେରା ପ୍ରଶଂସା କରିବା ସହିତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତ‌ଥା ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Ad..





Edited by k.s thakur...

Post a Comment

Previous Post Next Post