‘ସୁଭଦ୍ରା’ଯୋଜନାକୁ ନେଇ ଆସିଲା ବଡ଼ ଅପ୍ ଡେଟ୍ : ଏହିମାନେ ଆଉ ପାଇ ପାରିବେନି ସୁଭଦ୍ରା ଟଙ୍କା...

‘ସୁଭଦ୍ରା’ଯୋଜନାକୁ ନେଇ ଆସିଲା ବଡ଼ ଅପ୍ ଡେଟ୍ : ଏହିମାନେ ଆଉ ପାଇ ପାରିବେନି ସୁଭଦ୍ରା ଟଙ୍କା...


ଭୁବନେଶ୍ବର,୦୫/୦୯ : ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପ୍ ଡେଟ୍ ଆସିଛି। ଏଥର ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼ ଆରମ୍ଭ ହେବ। ମହିଳା ଏବଂ ଶିଶୁ ମହିଳା ବିଭାଗ ପକ୍ଷରୁ ଅଯୋଗ୍ୟଙ୍କୁ ବାଦ୍‌ ଦେବାକୁ ଓ ଯୋଗ୍ୟଙ୍କୁ ସାମିଲ କରିବାକୁ ବଡ଼ ପଦକ୍ଷେପ ନିଆଯାଇଛି। 

      Ad..


ବିଶେଷ କରି ଚାରିଚକିଆ ଯାନ ଥିବା ହିତାଧିକାରୀଙ୍କ ତଥ୍ୟ ପାଇଁ ପରିବହନ ବିଭାଗକୁ ଚିଠି ହୋଇଛି। ଏହା ସହ ଖାଦ୍ୟ ଯୋଗାଣ ବିଭାଗକୁ ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ଓ ପଞ୍ଜିକରଣ କରି ଧାନ ବିକିଥିବା ମହିଳାଙ୍କ ତଥ୍ୟକୁ ଆଉଥରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ହୋଇଛି।

        Ad..


ଏଥି ସହିତ ସୁଭଦ୍ରା ଯୋଜନା ବାଦ୍‌ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବଡ ପଦକ୍ଷେପ ନିଆଯାଉଛି। କିଛିଦିନ ତଳେ କିଛି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ବାଦ ଦିଆଯାଇଥିଲା । 

Ad..


ବିଭିନ୍ନ ନିୟମ ଅନୁସାରେ ସେମାନଙ୍କୁ ବାଦ ଦେଇଥିଲେ ସରକାର। ଆଉ ଏହି ଘଟଣା ପରେ ଯୋଗ୍ୟ ହିତାଧିକାରୀ କେମିତି ସୁଭଦ୍ରା ଯୋଜନାରେ ସାମିଲ ହେବେ ସେଥିପାଇଁ କସରତ ଆରମ୍ଭ ହୋଇଛି । ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ନିଷ୍ପତି ହୋଇଛି।

Ad..






Edited by k.s thakur...


Post a Comment

Previous Post Next Post