କଣ୍ଟାବାଞ୍ଜି ମୁସଲମାନ ସମାଜ ପକ୍ଷରୁ ପୈଗମ୍ବର ମହମ୍ମଦଙ୍କ ୧୫୦୦ତମ ଜନ୍ମ ଦିବସ ପାଳନ...
କଣ୍ଟାବାଞ୍ଜି,୦୫/୦୯ : ପୈଗମ୍ବର ମହମ୍ମଦଙ୍କ ୧୫୦୦ ତମ ଜନ୍ମ ଉପଲକ୍ଷେ କଣ୍ଟାବାଞ୍ଜି ସହର ରେ ମୁସଲମାନ ସମାଜ ର ପକ୍ଷ ରୁ ସଭା ଯାତ୍ରା ଆସରମପଡା ଠାରୁ ଵାହାରି ରୋଡ଼ ନମ୍ବର ୧ ରୁ ଦେଇ ରୋଡ ନମ୍ବର ୩ ଦେଇ ଗୋସିଆ ମସଜିଦ କୁ ପହଞ୍ଚି ଥିଲା ।
Ad..
ଏହି ଶୋଭା ଯାତ୍ରାରେ ହଜାର ସଂଖ୍ୟା ରେ ମୁସଲମାନ ସମାଜ ସଦସ୍ୟ ତଥା ଛୋଟ ଛୋଟ ପିଲା ମାନେ ସାମିଲ ହୋଇଥିଲେ। ଏହି ଶୋଭା ଯାତ୍ରା ଉଦେଶ୍ୟ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଶାନ୍ତି ର ସଂଦେଶ ସ୍ଥାପନ କରିବା।
Ad..
ସମାଜ ସେବୀ ସଂଗଠନ କଣ୍ଟାବାଞ୍ଜି ଅଟୋ ସଂଘ, ଓ ଆମ୍ବେଦକର ସଂଗଠନ ଓ ଅନ୍ୟ ସମାଜର ବିଶିଷ୍ଟ ବ୍ୟକ୍ତି ମାନେ ଏହି ମୁସଲମାନ ସମାଜ ସଦସ୍ୟ ମାନଙ୍କୁ ଫୁଲ ମାଲା ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଭାଇଚାରା ର ସଂଦେଶ ଦେଇଥିଲେ।
Ad..
ଏହି ସମାଜ ସେବୀ ସଂଗଠନ ମାନଙ୍କୁ ମୁସଲମାନ ସମାଜ ସଦସ୍ୟ ମାନେ ତାଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ। ଏହି ସଭା ଯାତ୍ରା ରେ କଣ୍ଟାବାଞ୍ଜି ମୁସଲିମ ଜମାତ ସଭାପତି ଆୟୁବ ଖାନ, ଜାବାର ପାରମାର ସେଖ ଅମଜାଦ ୟଙ୍ଗ ମୁସଲିମ କମିଟି ସଭାପତି ଅବଦୁଲ ରାଫିକ...
Ad..
ହାସିଵ ଶୋଲଙ୍କି,ଡକ୍ଟର ଅମଜାଦ ଖାଁନ,ସବିର ଖାଁନ, ଶେଖ ସମିମ,ଅବଦୁଲ ନିଜାମ,ଅବଦୁଲ ରବବାନି,ଶେଖ୍ ଅନବର,ତାହିର ଖାନ,ଶେଖ ସମିର,ଦିପକ ମନିହାର, ସରଫାରଜ ଖାନ,ମହସିନ ମନିହାର ,ଅବଦୁଲ ସାଜିଦ...
Ad..
ଅଜହର ଖାନ, ଅସଲମ ଖାନ,ଜମିର ମହମ୍ମଦ ଆରିଫ ମହମ୍ମଦ ଅସରଫ,ମହମ୍ମଦ ସାହାଵଜ ଖାନ, ସରଫାରାଜ ଖାନ,ସଲମାନ ମାନିହାର, ଉସମାନ ମାନିହାର,ସାମିର ଖାନ,ଗଫାର ପାରମାର ଓ ମୁସଲମାନ ସମାଜ ର ଅନେକ ସଦସ୍ୟ ଉପସ୍ଥିତ ଥିଲେ।
Ad..
Edited by k.s thakur...
Tags:
celebration
kantabanji
latest news
latest update
Mohammad birth anniversary
Muslim community
odisha daily current affairs







