ତୁରେକେଲାରେ ବିଶ୍ବ ଜଳାତଙ୍କ ଦିବସ ପାଳିତ...
କଣ୍ଟାବାଞ୍ଜି,୨୬/୦୯ : ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି।
Ad..
ସଚେତନତା କାର୍ଯ୍ୟ ସଭାରେ ଡା.ପ୍ରତାପ ପ୍ରଧାନ,ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ତୁରେକେଲା,ଡା.ଦୀପ ପ୍ରତୀକ, ପ୍ରାଣୀ ଚିକିତ୍ସା ସହକାରୀ ଡାକ୍ତର, ବିରଞ୍ଚି ନାରାୟଣ ଦାଶ,ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ପ୍ରେମରାଜ ପାଣିଗ୍ରାହୀ...
Ad..
କାଦୋବେଡା ସିଆରସିସି,ରମେଶ ସୁନା, ଏମ.ଆଇ.ଏସ, ମାଧବୀଲତା ସାହୁ,ପ୍ରଧାନ ଶିକ୍ଷୟିତ୍ରୀ,ଶିକ୍ଷୟିତ୍ରୀ ନିବେଦିତା ବାରିକ ଉପସ୍ଥିତ ଥିଲେ।ଡାକ୍ତର ପ୍ରଧାନ ଜଳାତଙ୍କ ରୋଗ,ଲକ୍ଷଣ ଓ ପ୍ରତିକାର ବିଷୟରେ ଆଲୋଚନା କରିଥିଲେ।
Ad..
ତାପରେ ସିଆରସିସି ଦାଶ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଜଳାତଙ୍କ ରୋଗ ଓ ଦିବସ ବିଷୟରେ ପ୍ରାଞ୍ଜଳ ଭାବରେ ନିଜ ବକ୍ତବ୍ୟରେ ବୁଝେଇଥିଲେ।ପରିଶେଷରେ ମାଧବୀଲତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Ad..
Edited by k.s thakur...





