ବଡ଼ପରା ଗ୍ରାମ ପାଇଁ ରାସ୍ତା କେବେ...
ବଙ୍ଗୋମୁଣ୍ଡା,୨୬/୦୯ :ଗାଁ କୁ ଯୋଡିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କରିଛନ୍ତି।ଆବଶ୍ୟକ ଥାଇ ମଧ୍ୟ ଅନେକ ଗ୍ରାମକୁ ଏହି ଯୋଜନାରେ ସାମିଲ କରାଯାଇନାହିଁ।
Ad..
ଭଲ ରାସ୍ତା ଖଣ୍ଡେ ନ ଥିବାରୁ ସେହି ଗ୍ରାମସବୁ ଅନେକ ଅସୁବିଧା ଭୋଗ କରୁଛନ୍ତି। ଖରିଆର ଭବାନୀପାଟଣା ରାଜ୍ୟ ରାଜପଥ ଷୋହଳ ବଡ଼ପରା ଛକରୁ ପ୍ରାୟ ୩ କିମି ବର୍ଷ ବର୍ଷଧରି ବିତି ଯାଇଥିଲେ ମଧ୍ୟ ଭଲ ରାସ୍ତା ଖଣ୍ଡେ ନାହିଁ।
Ad..
ବଡ଼ପରା ଗ୍ରାମବାସୀ ଅନେକ ଦିନ ଧରି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି।ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି।ରାସ୍ତା ଅବସ୍ଥା ଏତେ ଖରାପ ଯେ ଯିବାଆସିବାରେ ବହୁତ ଅସୁବିଧା ହୋଇଥାଏ।
Ad..
ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇପଡେ। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଶୀଘ୍ର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି।
Ad..
Edited by k.s thakur...
Tags:
badpada village
bangomunda
bolangir
latest news
latest update
no good road
odisha daily current affairs
odisha news
pmgsy





