ମହିଳା କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମ...
ଭୁବନେଶ୍ବର,୨୪/୦୯ : ଲୋୟର ପିଏମ୍ଜିରେ ମହିଳା କଂଗ୍ରେସର କର୍ମୀମାନେ ଗର୍ଜନ କରିଛନ୍ତି। ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ବିଧାନସଭା ଘେରାଉ ଉଦ୍ୟମ ହୋଇଛି।
Ad..
ବ୍ୟାରିକେଟ୍ ଭାଙ୍ଗି ରାସ୍ତାରେ ବସି ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା କଂଗ୍ରେସର କର୍ମୀ। ନୂଆ ସରକାରରେ ନାରୀଙ୍କୁ ମିଳୁନି ସୁରକ୍ଷା, ଗତ କିଛି ମାସରେ ରାଜ୍ୟରେ ନାରୀ ନିର୍ଯାତନା ମାମଲା ବୃଦ୍ଧି ପାଇଛି।
Ad..
ନାରୀଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ମହିଳାଙ୍କ ଆଶାକୁ ଭାଙ୍ଗି ଚୁରମାର କରିଛନ୍ତି ମୋହନ ସରକାର...
Ad..
ନାରୀ ନିର୍ଯାତନା ରାଜ୍ୟରେ ଭୟଙ୍କର ବୃଦ୍ଧିକୁ ସରକାର ରୋକିବାରେ ଅସମର୍ଥ ହେବା ପ୍ରତିବାଦରେ ମହିଳା କଂଗ୍ରେସର ବିଧାନସଭା ଘେରାଓ ଉଦ୍ୟମ କରିଛି।
Ad..
ଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସ ପ୍ରଭାରୀ ତୁଳିକା କର୍ମା ଏବଂ ମହିଳା କଂଗ୍ରେସର ବହୁ କର୍ମକର୍ତ୍ତା ଯୋଗଦେଇଛନ୍ତି।
Edited by k.s thakur...
Tags:
Bhubaneswar
latest news
latest update
odisha daily current affairs
odisha news
politics
vidhansabha gherao
women congress





