ମଦ ନିଶାରୁ ହତ୍ୟାକାଣ୍ଡ: ହତ୍ୟାକାରୀ ଗିରଫ...
ସୁନ୍ଦରଗଡ଼,୨୩/୦୯ : ମଦ ନିଶାରୁ ଝଗଡ଼ା, ପରେ ହତ୍ୟା। ବନ୍ଧୁଙ୍କୁ ହତ୍ୟା କରି ବନ୍ଧୁ ଗିରଫ। ଧରୁଆଡିହି ଥାନା ବାନ୍ଦୁ ବାହାଲରେ ଘଟିଛି ଏହି ଘଟଣା।
Ad..
ଗାଁର ସୁନୀଲ ସୁନାନୀ ଓ ତିଲେଇମଲଟି ଗାଁର ଗଗନ ସାଏ ଦୁଇ ବନ୍ଧୁ ସୋମବାର ନିକଟସ୍ଥ ଗାଁ ହାଟରେ ଭେଟ ହୋଇଥିଲେ। ମଦମିଇ ରାତିରେ ଫେରୁଥିବାବେଳେ ବାନ୍ଦୁବାହାଲ ନିକଟରେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
Ad..
ଏପଟେ ମୃତ୍ୟୁ ଖବର ପାଇ ତାଙ୍କ ପତ୍ନୀ ସୁନାସିନୀ ଧରୁଆଡିହି ଥାନାରେ ରାତି ୨ଟାରେ ଏତଲା ଦେଇଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।
Ad..
ମଙ୍ଗଳବାର ସକାଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଲିସ ଅଭିଯୁକ୍ତ ଗଗନକୁ ତିଲେଇମଲଟି ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଦନିଶାରୁ ବନ୍ଧୁକୁ ବନ୍ଧୁ ହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି।
Ad..
Edited by k.s thakur...
Tags:
accused arrested
crime news
latest news
latest update
murder case
odisha daily current affairs
odisha news
sundargarh





