ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ଗାୟବ ହୋଉଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜିନିଷ !...
(କାହାରି ପାଖରେ ଖବର ନାହିଁ, ସବୁଜାଣିଶୁଣି ଚୁପ ବସିଛନ୍ତି କି ଅଧିକାରୀ ?)
ବରଗଡ଼,୨୩/୦୯ (ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରିସରରେ ପ୍ରାୟ ୧୯ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ କରାଯାଇଥିବା ଜଟିଳ ରୋଗ ଚିକିତ୍ସା କେନ୍ଦ୍ର। ବହୁ ଉନ୍ନତମାନର ହୋଇଥିଲା।
Ad..
ଗତବର୍ଷ ଅକ୍ଟବର ମାସରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଭାସ ମାଧ୍ୟମରେ ଉଦଘାଟନ ବି ହୋଇଥିଲା ଜିଲ୍ଲାବାସୀ ବହୁତ ଆଶା ମଧ୍ୟ ବାନ୍ଧିଥିଲେ ହେଲେ କାର୍ଯଖ୍ଯମ ହୋଇପାରିଲା ନାହିଁ।
Ad..
ବରଗଡ଼ ଜିଲ୍ଲା ରେ ଉନ୍ନତ ମାନର ଚିକିତ୍ସା ମିଳିବ ବୋଲି ଆଶା ରଖିଥିଲେ ଜିଲ୍ଲାବାସୀ ମାତ୍ର ଉଦଘାଟଣ ହେବାର ବର୍ଷେ ପୂରିବାକୁ ଯାଉଛି ଚିକିତ୍ସାଲୟ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ଅଥଚ ଚିକିତ୍ସା ସେବା ପାଇଁ ଲାଗିଥିବା...
Ad..
ବହୁ ଆଧୁନିକ ଯନ୍ତ୍ରପାତି ସହିତ, ସେଣ୍ଟ୍ରାଲ ଏସି, ପାଣି ଟେପ, ୱାଟର ଫିଲଟର, ଇଲେଟ୍ରୋନିକ ଯନ୍ତ୍ରପାତି ଧିରେ ଧିରେ ଗାୟବ ହେବାରେ ଲାଗିଛି। ରୋଗୀ ଚିକିତ୍ସା ଓ ରୋଗୀଙ୍କ ସଂପର୍କୀୟ ଙ୍କ ହେବା ପାଈଁ ଆସିଥିବା ଆଧୁନିକ ଯନ୍ତ୍ରପାତି ଏପରି ଅନେକ ଜିନିଷ..
Ad..
ଯାହାର ବଜାର ମୂଲ୍ୟ କୋଟି କୋଟି ଟଙ୍କା ହେବ ଅଧିକାଂଶ ଗାୟବ ହେବା ଆଉ କେହି ଟେର ମଧ୍ୟ୍ୟ ପାଇ ନଥିବା ଘଟଣା ଜିଲ୍ଲା ରେ ଏବେ ଆଲୋଡନ ଖେଲାଇଛି । ଚିକିତ୍ସାଲୟରେ ସୁରକ୍ଷାକର୍ମୀ, ଦୁଇଜଣ ମେନେଜର ଓ ଗୋଟିଏ ପୋଲିସ ଫାଣ୍ଡି ରହିଅଛି ହେଲେ କେହି ମଧ୍ୟ ଗାୟବ ହୋଇଥିବା ସାମଗ୍ରୀ ବିଷୟରେ କିଛି ସୂଚନା ମଧ୍ୟ ପାଇଲେ ନାହିଁ।
Ad..
ଏ ବିଷୟରେ ଡାକ୍ତରଖାନା ମେନେଜର ଙ୍କୁ ଯୋଗାଯୋଗ କରାଗଲେ ଫୋନ୍ ଉଠାଉ ନାହାଁନ୍ତି ଫଳରେ ସନ୍ଦେହ ବଢ଼ିବାରେ ଲାଗିଛି। ବରଗଡ଼ ର ବିକାଶ ଖୋଜୁଥିବା ସ୍ଥାନୀୟ ଜନପ୍ରତିନିଧି ଉକ୍ତ ବିଷୟରେ ଅବଗତ ଅଛନ୍ତି ନା ନାହିଁ ତାହା ଜଣା ପଡିନଥିବା ବେଳେ...
Ad..
ବିରୋଧି ମଧ୍ୟ ମୁହଁ ବନ୍ଦ କରିଥିବାରୁ ନୂଆଁ ଡାକ୍ତରଖାନା ର କାର୍ଯଖ୍ଯମ କୁ ନେଇ ସନ୍ଦେହ ସୃଷ୍ଟି ହେଉଛି ଫଳରେ ଏ ଘଟଣାକୁ ନେଇ ବରଗଡ଼ ଜିଲ୍ଲା ରେ ନାନା ଆଲୋଚନା ଓ ସମାଲୋଚନା ହେଉଛି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
district hospital
latest news
latest update
odisha daily current affairs
odisha news







