ସେପ୍ଟେମ୍ବର ୨୮ ଯାଏ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ...
ମାଲକାନଗିରି,୨୪/୦୯ :ମାଲକାନଗିରି ଜିଲ୍ଲାରେ ସେପ୍ଟେମ୍ୱର ୨୮ ପର୍ଯ୍ୟନ୍ତ ସମସ୍ତ ଛୁଟିକୁ ବାତିଲ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ।
Ad..
ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ବଙ୍ଗୋପ ସାଗର ରେ ଗଭୀର ଲଘୁଚାପ ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା କିଛି ଦିନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ ଏବଂ ପ୍ରତିକୂଳ ପାଗ ପରିସ୍ଥିତି ସୃଷ୍ଟି ହୋଇପାରେ।
Ad..
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଯେ କୌଣସି ପ୍ରକାର ସମ୍ଭାବ୍ୟ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
Ad..
ଏହା ସହିତ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟିକୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ବାତିଲ କରାଯାଇଛି । ନିର୍ଦ୍ଦେଶନାମାକୁ ଅବମାନନା କଲେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।
Ad..
Edited by k.s thakur...
Tags:
cancel
government employees
latest news
latest update
malkangiri
odisha daily current affairs
odisha news
till September 28
vacation





