ଓଡ଼ିଶାରେ ରେଲଓ୍ବେର ବିଭିନ୍ନ ପ୍ରକଳ୍ପକୁ ନେଇ ମିଟିଂରେ ଆଲୋଚନା...
ଭୁବନେଶ୍ବର,୨୪/୦୯: ଓଡ଼ିଶାରେ ଆହୁରି ସୁଦୃଢ଼ ହେବ ରେଳ ନେଟଓ୍ବାର୍କ । ଭାରତୀୟ ରେଳ ନେଟଓ୍ବାର୍କରେ ଓଡ଼ିଶାର ଭୂମିକାକୁ ଦୃଢ଼ କରିବାକୁ ଓଡ଼ିଶା ବିକାଶ ଆୟୁକ୍ତ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ସଭା ଆୟୋଜିତ ହୋଇଥିଲା।
Ad..
ଓଡ଼ିଶାରେ ରେଲଓ୍ବେର ବିଭିନ୍ନ ପ୍ରକଳ୍ପକୁ ନେଇ ଏହି ମିଟିଂରେ ଆଲୋଚନା ହୋଇଥିଲା । ଏଥିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ପୂର୍ବତଟ ରେଲୱେର ଜେନେରାଲ୍ ମ୍ୟାନେଜର ପି. ଫନଙ୍କୁଆଲ, ମୁଖ୍ୟ ବନ ସୁରକ୍ଷା ଅଧିକାରୀ ପ୍ରେମକୁମାର ଝା।
Ad..
ପର୍ଯ୍ୟଟନ ସଚିବ ବଳବନ୍ତ ସିଂହ ଏବଂ ରେଲଓ୍ବେର ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।ରେଳ ନେଟଓ୍ବାର୍କ ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ପ୍ରକଳ୍ପରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ବରାନ୍ବିଚତ କରୁଛନ୍ତି ।
Ad..
ଉନ୍ନୟନ କାର୍ଯ୍ୟରେ ଭାରତୀୟ ରେଳଓ୍ବେ ସହିତ ସହଭାଗୀ ଅଗ୍ରଣୀ ଭୂମିକା ନେଉଛନ୍ତି । ତେବେ ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ପୁରୀ-କୋଣାର୍କ ପ୍ରକଳ୍ପ । ପର୍ଯ୍ୟଟନ କ୍ଷେତ୍ରରେ ଭାରତୀୟ ରେଲଓ୍ବେକୁ ମଜବୁତ କରିବା ପାଇଁ ବିଭାଗ ଏହି ପ୍ରକଳ୍ପ ଉପରେ ବିଶେଷ ଧ୍ୟାନ ଦେଇଛି ।
Ad..
ପ୍ରାୟ ୩୨ କିଲୋମିଟର ରେଳ ଲାଇନ୍ ପାଇଁ ୪୯୨.୧୨ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହି ପ୍ରକଳ୍ପ ୟୁନେସ୍କୋର ବିଶ୍ବ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ସହିତ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିରକୁ ସଂଯୋଗ କରିବ। ପ୍ରକଳ୍ପ ଆଧ୍ୟାତ୍ମିକ ଏବଂ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ଚଳଚଞ୍ଚଳ କରିବ।
Ad..
ସ୍ଥାନୀୟ ଜୀବିକାକୁ "ଏକ ଷ୍ଟେସନ୍ ଏକ ପ୍ରଡକ୍ଟ" ଯୋଜନା ମାଧ୍ୟମରେ ସମର୍ଥନ କରିବ।ସେହିପରି ମୟୁରଭଞ୍ଜ ଜିଲ୍ଲାରେ ତିନୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ବାଙ୍ଗିରିପୋଷି-ଗୋରୁମହିସାଣି, ବଦାମପାହାଡ-କେନ୍ଦୁଝରଗଡ଼ ଏବଂ ବୁରାମାରା-ଚକୁଲିଆ ପ୍ରକଳ୍ପ ଉତ୍ତର ଓଡ଼ିଶାକୁ ପଶ୍ଚିମ ଅଞ୍ଚଳ ସହିତ ସଂଯୋଗ କରିବ।
Ad..
ବେତନଟିରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ସବୁ ଅଞ୍ଚଳ ରେଳ ନେଟଓ୍ବାର୍କରେ ସଂଯୋଗ ହେବ । ସେହିପରି, ସାଗରତଟୀୟ ପର୍ଯ୍ୟଟନକୁ ବଢ଼ାଇବା ପାଇଁ ଜାଲେଶ୍ୱର-ଚନ୍ଦନେଶ୍ୱର ରେଲ୍ ସଂଯୋଗ ପ୍ରକଳ୍ପ ମଧ୍ୟ ପ୍ରସ୍ତାବିତ।
କେବିକେ ଅଞ୍ଚଳରେ, ଗୁଣୁପୁର-ଥେରୁବାଲି, ଜୁନାଗଡ଼-ନବରଙ୍ଗପୁର ଓ ମଳକାନଗିରି-ପାଣ୍ଡୁରଙ୍ଗପୁରମ ନୂଆ ଲାଇନ୍ଗୁଡ଼ିକ ରାୟପୁରକୁ ବିଜୟବାଡ଼ା ଓ ହାଇଦ୍ରାବାଦ ସହିତ ସିଧା ସଂଯୋଗ କରାଯିବ । ଯାହା କୃଷି-ଆଧାରିତ ଶିଳ୍ପ, ଆଦିବାସୀ ପର୍ଯ୍ୟଟନ ଓ "ଆତ୍ମନିର୍ଭର ଭାରତ"ରେ ଓଡ଼ିଶାର ଭୂମିକାକୁ ଶକ୍ତିଶାଳୀ କରିବ।
ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ନୂଆ ଲାଇନ୍ ରହିଛି । ଏହି ରେଳ ପ୍ରକଳ୍ପ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳକୁ ସଂଯୋଗ କରିବ । ସେହିପରି ବରଗଡ଼ ରୋଡ୍-ନୂଆପଡା ରୋଡ୍ ନୂଆ ଲାଇନ୍ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଧାନ ଉତ୍ପାଦନ କ୍ଷେତ୍ରରେ ବଜାର ବ୍ୟବସ୍ଥାକୁ ସୁଧାରିବ ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବ।
ଏହାଛଡ଼ା ଏହି ସବୁ ପ୍ରକଳ୍ପ ପାଇଁ ରେଳ ବିଭାଗ ସମୟୋଚିତ ଜମି ଅଧିଗ୍ରହଣ, ସ୍ଥାୟୀ ଯୋଜନା ଏବଂ ପର୍ଯ୍ୟଟନକୁ ଲଜିଷ୍ଟିକ୍ସ ସହିତ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସମସ୍ୟା ଦୂର କରି କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଏବଂ ଶୀଘ୍ର ପ୍ରକଳ୍ପକୁ ସମାପ୍ତ କରିବା ପାଇଁ ପ୍ରଚେଷ୍ଟା ଚାଲିଛି ବୋଲି ବୈଠକରେ କୁହାଯାଇଛି।
ଏହି ସବୁ ରେଳ ପ୍ରକଳ୍ପ ଐତିହ୍ୟକୁ ଆଧୁନିକ ଲଜିଷ୍ଟିକ୍ସ ସହିତ ସଂଯୋଗ କରିବ, ଆଦିବାସୀ ଅଞ୍ଚଳକୁ ସଶକ୍ତ କରିବ ଓ ଶିଳ୍ପ ଓ ପର୍ଯ୍ୟଟନ ଉନ୍ନୟନକୁ ପ୍ରୋତ୍ସାହିତ କରିବ। ରେଳ ଭିତ୍ତିଭୂମିରେ ଓଡ଼ିଶାର ନିରନ୍ତର ନିବେଶ ରାଜ୍ୟକୁ ସଂଯୋଗୀକରଣ, ବାଣିଜ୍ୟ ଏବଂ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ବୈଠକରେ ସ୍ପଷ୍ଟ କରାଯାଇଛି ।
Edited by k.s thakur...







