ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ତଥା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ...
ଟିଟିଲାଗଡ,୦୭/୦୯ :- ଟିଟିଲାଗଡ ବ୍ଲକ ଘଣ୍ଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଦୂର୍ବାଦଳ ଝାଙ୍କର ଙ୍କ ସଭାପତିତ୍ୱରେ ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ତଥା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ସତ୍ୟନାରାୟଣ ମଟାରୀ,ସମ୍ମାନିତ ଅତିଥି ଲୁଥୁରବନ୍ଧ ସିଆରସିସି କିଶୋର ବନଛୋର,ସେରକୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ୱିନୀ ରଥ,ସେବତୀ ପଡ଼ା ବିଦ୍ୟାଲୟର ପ୍ରଧାନ ଶିକ୍ଷକ ପୁରୋହିତ ମାଝୀ ପ୍ରମୁଖ ଯୋଗଦେଇଥିଲେ।
Ad..
ଶିକ୍ଷକ ମୀନକେତନ ମହାନନ୍ଦ ସଭାସଂଯୋଜନା କରିଥିଲେ।ଶିକ୍ଷୟିତ୍ରୀ ମମତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ନୃସିଂହଚରଣ ବିଶି ଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧିନା ଦିଆଯାଇଥିଲା।
Ad..
ଶିକ୍ଷକ ଜଲି ସାହୁ,ଦୀପ୍ତି ସାହୁ,ଯୁଧିଷ୍ଠିର ଛତର,ଡମ୍ବରୁ ଧର ପ୍ରଧାନ, କାମଦେବ ପଣ୍ଡା, ସୁଭଦ୍ରା ଭୋଇ,ଆର୍ତ୍ତ ସାଗର,ନିବେଦିତା ମହଲା, ବିଜେନ୍ଦ୍ର ଚୌଧୁରୀ, ଟିକେଚନ୍ଦ୍ର ନାଗ, ହେମନ୍ତ ଆଚାର୍ଯ୍ୟ ଙ୍କ ସହ ବହୁ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
Ad..
Edited by k.s thakur...





