ଛଅ ବର୍ଷ ର ପୁଅ ଚକ୍ଷୁ ଦାନ କରି ଅମର...

ଛଅ ବର୍ଷ ର ପୁଅ ଚକ୍ଷୁ ଦାନ କରି ଅମର...


ବରଗଡ଼,୦୭/୦୯ (ବିଜୟ କୁମାର ସାହୁ) : ସୌରଭ ଲୁହା ବୟସ ମାତ୍ର ୬ବର୍ଷ, ପିତା-ଭୋଲାନାଥ ଲୁହା ମାତା ସୁରେଶ୍ଵରୀ ଲୁହା ଘର ଏସ.ଡୁମ୍ୱେରପାଲି, ବରଗଡ଼ ଅତ୍ୟନ୍ତ ଗରିବ ରୁ ଗରିବ ପରିବାର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ପରିବାର ।

     Ad..


ତେବେ ଭୋଲା ନାଥ ଙ୍କ ଏକ ମାତ୍ର ପୁଅ ନାଁ ତାର ସୌରଭ ବୟସ ଛଅ ବର୍ଷ ହଠାତ ଦେହ ଅସୁସ୍ଥ ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ନେଇ ଥିଲେ ପରିବାର ଲୋକେ। ସେଠାରେ ତାଙ୍କ ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। 

        Ad..


ମୃତ୍ୟୁ ପରେ ବାପା ଭୋଳାନାଥ ଭାବିଲେ ପୁଅ ଟା ଦୁନିଆଁ ଛାଡ଼ି ଚାଲିଗଲା...ପୁଅ ର ଦୁଇ ଆଖି ରୁ ଯଦି ଆଉ ଦୁଇ ଜଣ ଏ ରଙ୍ଗୀନ ଦୁନିଆଁ ଦେଖି ପାରିବେ ତେବେ ତାଙ୍କ ପୁଅ ର ଜନ୍ମ ହେବା ସାର୍ଥକ ହେବ ଭାବି ଚକ୍ଷୁ ଦାନ ପାଈଁ ନିଷ୍ଠା ପରିବାର ର ସଭାପତି ଅଶ୍ୱିନୀ ତ୍ରିପାଠୀ ଙ୍କ ସହ ଯୋଗାଯୋଗ କରିଥିଲେ।

Ad..


ବୁର୍ଲା ଡ଼ାକ୍ତରଖାନାର ଚକ୍ଷୁ ବିଭାଗ ର ଡ଼ାକ୍ତର ମହେଶ କୁମାର ସାହୁ,ସ୍ମିତି ପଟେଲ ଓ ସୁରେଶ ତ୍ରିପାଠୀ ଙ୍କ ଉପସ୍ଥିତି ରେ ଚକ୍ଷୁ ଦାନ ପ୍ରକିୟା ଶେଷ ହେଇଥିଲା ।ନିଷ୍ଠା ପରିବାରର ସହଯୋଗ ରେ ପୁଅ ର ଶବ ଗାଁ କୁ ନେଇ ଫେରିଲେ ପରିବାର ଲୋକେ।

Ad..


ସୌରଭ ର ମୃତ୍ୟୁ ହେଲା ସତ କିନ୍ତୁ ବାପା ଙ୍କ ର ମଣିଷ ପଣିଆ ପାଇଁ ଚିର ଦିନ ଅଜର ଅମର ହେଲା ପୁଅ ସୌରଭ। ପରିବାର ର ଏ ମହତ୍ କାମ ପାଇଁ ନିଷ୍ଠା ପରିବାର ତାଙ୍କ ପରିବାର ବର୍ଗ ଙ୍କୁ କୋଟି କୋଟି ପ୍ରଣାମ ଜଣାଏ। ଆସନ୍ତୁ ଅନ୍ଧତ୍ଵ ଦୂରୀକରଣ ପାଇଁ ଆମେ ସମସ୍ତେ ଚେଷ୍ଟା କରିବା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post