ସମ୍ବିଧାନ ସଚେତନତା ସଂଗଠନ ତରଫରୁ ଚାରପାଲି ଠାରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ...
ବରଗଡ଼/ପଦ୍ମପୁର,୦୭/୦୯ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଚାରପାଲି ଠାରେ ପଞ୍ଚାୟତ ସ୍ତରୀୟ ପ୍ରଥମ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ଶିକ୍ଷକ ଦାଉଦ କୁଅଁର ମୁଖ୍ୟ ବକ୍ତା ଭାବରେ ବିରଞ୍ଚି ବିଭାର,ସମ୍ମାନିତ ଅତିଥି ଭାବରେ ମନମୋହନ ତାଣ୍ଡି, ଯୁବ ସମ୍ବାଦିକ ତଥା ପଦ୍ମପୁର ଟିଭି ର ପରିଚାଳକ ଗୋପବନ୍ଧୁ ଶିକା, ବିଦ୍ୟାଧର ତାଣ୍ଡି, ନିହା ରାଜହଂସ...
Ad..
ବ୍ୟାସଦେବ ନାଗ,ଘାସିରାମ କୁମ୍ଭାର, ଦୁବରାଜ ଲୁହାର, ଚନ୍ଦ୍ରମଣି କୁମ୍ଭାର, ସନ୍ତୋଷ ବାରିକ, କେଶବ ହରପାଳ, ଯୋଗଦାନ ଦେଇ ବୁଦ୍ଧ ଓ ବାବା ସାହେବ ଆମ୍ବେଦକର ଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସୁଶାନ୍ତ କୁଅଁର ପରିଚାଳନା କରିଥିଲେ।
Ad..
ଅତିଥିମାନେ ନିଜର ବକ୍ତବ୍ୟ ରେ କହିଥିଲେ ନୁଆଁ ଖାଇ ହେଉଛି କୃଷିଭିତିକ ପର୍ବ ଭାଇଚାରା ର ପର୍ବ ଏହି ପର୍ବ ସମସ୍ତଙ୍କୁ ଯୋଡୁଥାଏ ବୋଲି ମତ ରଖିଥିଲେ । ଆହୁରି ମୁଖ୍ୟଅତିଥି କହିଥିଲେ ସମ୍ବିଧାନ ର ଅଧିକ ପ୍ରଚାର ପ୍ରସାର ର ଆବଶ୍ୟକତା ଅଛି ସମସ୍ତ ଜନସାଧାରଣ ସମ୍ବିଧାନ ପଢିବାକଥା ବୋଲି ମତ ଦେଇ ଥିଲେ ।
Ad..
ମୁଖ୍ୟଵକ୍ତା ନୁଆଁଖାଇ ପରମ୍ପରା ଓ ତାର ବିଶେଷତ୍ଵ ଉପରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ଚାରପାଳି, ଖେମେଡ଼ଖାର, ଜାମଖେର, ଲମ୍ବରଜୁନା, ସିଂହିମୁଣ୍ଡା, କେନ୍ଦୁମୁଣ୍ଡା, ନାଗେନମାଳ, ହଲକାଦାଦର, ଭାଲୁକନା ପ୍ରଭୃତି ନଅ ଖଣ୍ଡ ଗାଁ ର ଲୋକ ଯୋଗଦେଇଥିଲେ।
Ad..
ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଆମ୍ବେଦକର ଙ୍କ ଜୀବନୀ ଉପରେ ବକୃତା ପ୍ରତିଯୋଗିତା, ନୃତ୍ୟ, ସଂଗୀତ, ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ର ଅନୁଷ୍ଠିତ ହୋଇଥିଲା।
Ad..
ସମସ୍ତ କାର୍ଯ୍ୟକ୍ରମରେ ରେପ ମଣ୍ଟୁ ତାଣ୍ଡି, ଦୀପକ କୁମ୍ଭାର, ମନୋଜ ତାଣ୍ଡି, ଲବ ତାଣ୍ଡି, ସୋନୁ ତାଣ୍ଡି ହରିହର ତାଣ୍ଡି ଅର୍ଜୁନ ତାଣ୍ଡି, ନେହେରୁ କୁମ୍ଭାର, ମୁନୁ ତାଣ୍ଡି ଅନ୍ତର୍ଯ୍ୟାମୀ ତାଣ୍ଡି, ବୀରେନ୍ଦ୍ର ତାଣ୍ଡି, ସୁରଥ କୁମ୍ଭାର, ମିନି କେତନ ତାଣ୍ଡି, ପପୁ ତାଣ୍ଡି ସହଯୋଗ କରିଥିଲେ । ଦୁଷ୍ମନ୍ତ କୁଅଁର ଯୋଗଦାନ ଦେଇ ଥିବା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
nuakhai bhaet ghat
odisha daily current affairs
padamapur







