ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ ମହୋତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ : ସମ୍ବର୍ଦ୍ଧିତ ହେଲେ ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ...

ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ ମହୋତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ : ସମ୍ବର୍ଦ୍ଧିତ ହେଲେ ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ...


ବରଗଡ଼,୦୮/୦୯ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଝାରବନ୍ଧ ବ୍ଲକ ଜଟେଶିରା ଗ୍ରାମ ରେ ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ ମହୋତ୍ସବ ପାଳନ ଅବସର ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।

      Ad..


ପରିଷଦର ବରିଷ୍ଠ ସଦସ୍ୟ ପ୍ରମୋଦ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ପଶ୍ଚିମ ଓଡ଼ିଶାର ବରେଣ୍ୟ କବି ନୀତିଶ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। 

Ad..


ଜିଲ୍ଲା ସଙ୍କୀର୍ତ୍ତନ ପରିଷଦର ଅଧ୍ୟକ୍ଷ ପ୍ରମୋଦ ଦାଶ  ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ନରେନ୍ଦ୍ର ପ୍ରଧାନ , ରାମ ଚନ୍ଦ୍ର ସାହୁ,ଗୁରୁ ମୀନକେତନ ମେହେର,ଗୌରଚନ୍ଦ୍ର ସାହୁ,ନେହେରୁ ପ୍ରଧାନ , ଭରତ ପ୍ରଧାନ ଓ ବରଗଡ଼ ବ୍ଲକ ସଂଯୋଜକ...

    Ad..


ଭୀମସେନ ମହାପାତ୍ର ପ୍ରମୁଖ ଯୋଗ ଦେଇ ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ ରେ ହିଁ ଭାରତୀୟ ସଂସ୍କୃତି ପୁନରୁଦ୍ଧାର ସମ୍ଭବ ବୋଲି ମତ ବ୍ୟକ୍ତ କରିଥିଲେ ।ଏହି ଅବସର ରେ  ସଙ୍କୀର୍ତ୍ତନ ସଂସ୍କୃତି ର ସୁରକ୍ଷା ଓ ସଚେତନତା ପାଇଁ ନିଜର ଲେଖନୀ ଚାଳନା କରୁଥିବା ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ ଙ୍କୁ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। 

Ad..


ଏହିକାର୍ଯ୍ୟକ୍ରମରେ ଝାରବନ୍ଧ ଅଞ୍ଚଳ ର ଜଟେଶୀରା,ଚିରୋଲି,ମହଗାଁ, କୁରୁଲୁପାଲି, ଗୌଡମାଲ,ନିଲଜି ପତ୍ରା, ବିଜାଢ଼ୋଲ,କୁତୁନା ,ତିଲେଇ ଦାଦର୍,ଭଣ୍ଡାରପୁରୀ,ଡୁଙ୍ଗୁରିପାଲି,ଝାରବନ୍ଧ...

Ad..


ଲୋହରସିଂ ,କୁର୍ମା ଲେରଗା ଆଦି  ୨୦ ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଏକ ବିରାଟ ଶୋଭାଯାତ୍ରା ରେ ସାମିଲ ହୋଇ ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ କରିବା ସହ ଜନ ସଚେତନତା ସୃଷ୍ଟି କରି ଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଅଞ୍ଚଳବାସୀ ଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post