ଗୁଜରାଟ - ବଡୋଦରା ରେ ନୂଆଁଖାଇ ଭେଟଘାଟ...

ଗୁଜରାଟ - ବଡୋଦରା ରେ ନୂଆଁଖାଇ ଭେଟଘାଟ...


ବରଗଡ଼/ ବଡୋଦରା,୦୭/୦୯ (ବିଜୟ କୁମାର ସାହୁ) : ଆଜି ଗୁଜୁରାଟ ର ବଡୋଦରା ସହର ରେ ପ୍ରବାସୀ ପଶ୍ଚିମ ଓଡିଶା ବାସୀ (ଜୁହାର ପରିବାର ଭଡୋଦରା ର ସଦସ୍ୟ ବୃନ୍ଦ)  ତାଙ୍କର ମହାନ ଗଣପର୍ବ ନୁଆଁଖାଇ ପର୍ବ ଖୁବ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ କରିଥିଲେ।

Ad..


ପଶ୍ଚିମ ଓଡିଶା ବଲାଙ୍ଗୀର ର ଖ୍ୟାତନାମା ସଂସ୍କୃତିକ ଅନୁଷ୍ଠାନ କୋଶଲ ଫୋକ ଅକାଡେମୀ ର କଳାକାର ମାନଙ୍କର ସମ୍ବଲପୁରୀ ଗୀତ ବାଦ୍ୟ ଓ ନାଚ ରେ ସଭିଏଁ ଝୁମିଉଠି ଥିଲେ।କଳାକାର ମାନଙ୍କ ଦ୍ୱାରା ପାରିବେଷିତ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଘୁଡକା ନାଚ ଦର୍ଶକ ବହୁତ ପସନ୍ଦ କରିଥିଲେ। 

        Ad..


ଏହି ଅବସରରେ ସମ୍ବଲପୁରୀ ହସ୍ତ ତନ୍ତ୍ର ର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ ତଥା ସମ୍ବଲପୁରୀ ଫ୍ୟାଶନ ସୋ କରିଥିଲେ।ସମସ୍ତେ ସମ୍ବଲପୁରୀ ଗୀତ ବାଦ୍ୟ ସହିତ ସମ୍ବଲପୁରୀ ଖାଦ୍ୟ ର ଭୁୟସି ପ୍ରଶଂସା କରିଥିଲେ।

Ad..


ଜୁହାର ପରିବାର ଭଡୋଦରା ପକ୍ଷରୁ ଗ୍ରୀନ ଇନୀସିଏଟିଭ ଭାବରେ "ଆମର ମାଏଟ" ସ୍ମରଣୀକା ର ଇଲୋକ୍ଟ୍ରୋନିକ ପ୍ରତିଲିପି ପ୍ରକାଶିତ ହୋଇଥିଲା ।ଏହି ପର୍ବ ପାଳନ କରିବା ପାଇଁ ଓଡିଶା ସରକାର, ONGC, Alikraft Engineers, SPICON ତଥା IRI ସହଯୋଗ କରିଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post