ବରଗଡ଼ ରେ ଜବରଦଖଲ ଉଚ୍ଛେଦ ବେଳେ ପୋଲିସ ନେତା ମୁହାଁ ମୁହିଁ, ଉତ୍ତେଜନା...

ବରଗଡ଼ ରେ ଜବରଦଖଲ ଉଚ୍ଛେଦ ବେଳେ ପୋଲିସ ନେତା ମୁହାଁ ମୁହିଁ, ଉତ୍ତେଜନା...


ବରଗଡ଼,୦୭/୦୯ (ବିଜୟ କୁମାର ସାହୁ): ବରଗଡ଼ ସହରରେ ଚତୁର୍ଥ ଥର ପାଇଁ ଜବରଦଖଲ ଉଚ୍ଛେଦ କୁ ନେଇ ଉତ୍ତେଜନା ଦେଖାଦେଇଛି। ଆଜି ଥାନା ଛକ ଠାରୁ ଲେଙ୍ଗୁମିଶ୍ର ଛକ ପର୍ଯ୍ୟନ୍ତ ଜବରଦଖଲ ରେ ଥିବା ଦୋକାନ ଓ କୋଠାଘର ଭଙ୍ଗା ଯାଉଛି।

Ad..


ଫଳରେ ଅତି କମ୍ ସମୟ ଦିଆଯାଇ ପ୍ରଶାସନ ପାତରଅନ୍ତର କରୁଥିବା ଓ ବେଆଇନ ଉଛେଦ କରାଯାଉଥିବା ଦର୍ଶାଇ କଂଗ୍ରେସ ନେତା ନିପନ ଦାଶ ଦୃଢ଼ ବିରୋଧ କରିଥିଲେ। ଫଳରେ କଂଗ୍ରେସ ନେତା ନିପନ ଦାଶ ଓ କିଛି ସମର୍ଥକ ଓ ସ୍ଥାନୀୟ ଲୋକଙ୍କୁ ପୋଲିସ ଉଠାଇନେବା ଯୋଗୁଁ...

        Ad..


ନିପନ ଙ୍କ ସମର୍ଥନ ରେ ବହୁ କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରି ବରଗଡ଼ ଗାନ୍ଧୀ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି। ପୋଲିସ ଗାନ୍ଧୀ ଛକ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ କଂଗ୍ରେସ ନେତା ନିପନ ଦାଶ ଙ୍କୁ ଛାଡ଼ିଦେଇଛି। 

Ad..


ବରଗଡ଼ ସହରରେ ପ୍ରଥମେ ଲେଙ୍ଗୁମିଶ୍ର ଛକ ରୁ ପୁରୁଣା ଜିରା ବ୍ରିଜ୍ ପର୍ଯ୍ୟନ୍ତ ଭଙ୍ଗା ଯାଇ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରାଇଭେଟ୍ ବସଷ୍ଟାଣ୍ଡ ରୁ ଗାନ୍ଧୀ ଛକ, ଭଟଲି ଛକ ରୁ ଲମ୍ବା ବିଲଡିଙ୍ଗ ଓ ଏବେ ଥାନା ଛକ ରୁ ଲେଙ୍ଗୁମିଶ୍ର ଛକ ପର୍ଯ୍ୟନ୍ତ ଭଙ୍ଗା ଯାଇ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି ଯାହାକି ଏବେ ସହରରେ ଏକ ଭୟଙ୍କର ବାତାବରଣ ଦେଖାଦେଇଛି। 

Ad..


ମୁଖ୍ୟ କରି ଗାନ୍ଧୀ ଛକ, ଭଟଲି ଛକ ପ୍ରଭୃତି ଦିନକୁ ଦିନ ଜନସମାଗମ ବଢ଼ିବାରେ ଲାଗିଛି। ଏବେ ଭଟଲି ଛକ ରେ ପାର୍କିଂ ସ୍ଥାନ ଅଭାବ ରହୁଛି ଯାହାକି ପ୍ରଶାସନ ର ମୁଣ୍ଡ ବିନ୍ଧା ପାଲଟିଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post