ତୁରେକେଲା ଆଂଚଳିକ ସାଧନ କେନ୍ଦ୍ର ର ତୃତୀୟ ମାସିକ ବୈଠକ ଅନୁଷ୍ଠିତ...
କଣ୍ଟାବାଞ୍ଜି,୦୭/୦୯ : ତୁରେକେଲା ଆଂଚଳିକ ସାଧନ କେନ୍ଦ୍ର ର ୧୧ ଟି ବିଦ୍ଯାଳୟ ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ କ୍ଲଷ୍ଟର୍ ସ୍ତରୀୟ ତୃତୀୟ ମାସିକ ବୈଠକ ତୁରେକେଲା ଆଶ୍ରମ ବିଦ୍ଯାଳୟ ରେ ଅନୁଷ୍ଠିତ ହୋଇ ଯାଇଛି।
Ad..
ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଂଚି ନାରାୟଣ ଦାଶ ଙ୍କ ତତ୍ତ୍ୱବଧାନରେ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର କୁମାର ରଥ ବୈଠକ ସଂଚାଳନ କରିଥିଲେ। ଏଫ୍ଏଲ୍ଏନ୍, ନିପୁଣ ଭାରତ, ଇଂସ୍ପାଏର୍ ଏଓ୍ବାର୍ଡ୍ ଯୋଜନା ଆଦି ସଂପର୍କ ରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।
Ad..
ତୁରେକେଲା ଆଶ୍ରମ ବିଦ୍ଯାଳୟର ସହକାରୀ ଶିକ୍ଷକ ଗୋପାଳ ଧରୁଆ ଗଣିତ ର ଶୂନ୍ ବିଷୟ ରେ ଧାରଣା ଦେବା ନେଇ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରିଥିଲେ ଏବଂ ଲର୍କୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ବିନୋଦିନୀ ତାଣ୍ଡି ବହୁ ଶ୍ରେଣୀୟ ପରିସ୍ଥିତି ରେ ଭାଷା ଶିକ୍ଷାଦାନ ଉପରେ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରିଥିଲେ।
Ad..
ବୈଠକ ର ଦ୍ବିତୀୟାର୍ଦ୍ଧ ରେ ତୁରେକେଲା ବିଇଓ ଗୌତମ ପଟେଲ ଏବଂ ଏବିଇଓ ଫକୀର ଚରଣ ବିଶି ବୈଠକରେ ଯୋଗ ଦେଇ ସମସ୍ତ ବିଷୟ ପରିଦର୍ଶନ କରିଥିଲେ ଏବଂ ନିଜର ବହୁ ମୂଲ୍ଯ ପରାମର୍ଶ ଦେଇଥିଲେ।
Ad..
ଏହି ଅବସରରେ ତୁରେକେଲା ଆଶ୍ରମ ବିଦ୍ଯାଳୟରୁ ପାଚିକା ସହାୟିକା କାର୍ଯ୍ୟ ରୁ ଅବସର ଗ୍ରହଣ କରିଥିବା ଶ୍ରୀମତୀ ସୂର୍ଯ୍ୟ ବଗର୍ତ୍ତି ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।
Ad..
ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ଡାଲିମ୍ବ ମେହେର, ସୁଭଦ୍ରା ମେହେର, ଭ୍ରମରବର ମହାପାତ୍ର, ସୁରୁମଣି ମେହେର, ପ୍ରଫୁଲ୍ଲ ମାଝି, ପିତାମ୍ବର ଲୁହା, ପ୍ରଦିପ କୁମାର ମେହେର, ଦେବ ବଗର୍ତ୍ତି, କୁନୀ ସାହୁ...
Ad..
ନିବେଦିତା ବାରିକ୍, ସୁକାନ୍ତି ମାଝି,ଗୀତା ମଲ୍ଲିକ, ସମୀର ପଣ୍ଡା ଏବଂ ତୁରେକେଲା ଆଶ୍ରମ ବିଦ୍ଯାଳୟ ର ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦ ଉପସ୍ଥିତ ଥିଲେ।
Edited by k.s thakur...







