ଆଜି ଚନ୍ଦ୍ରଗ୍ରହଣ ; ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ଠାରୁ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷେଧ...

ଆଜି ଚନ୍ଦ୍ରଗ୍ରହଣ ; ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ଠାରୁ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷେଧ...


ଭୁବନେଶ୍ବର,୦୭/୦୯ : ଆଜି ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏଥିଲାଗି ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ଠାରୁ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ।

Ad..


ଅସଲି ଖଡ଼ୀରତ୍ନ ପଞ୍ଜିକାର ଗଣନାକାର ଦେବଦର୍ଶୀ ଖଡ଼ୀରତ୍ନ କହିଛନ୍ତି, ରବିବାର ରାତି ୯ଟା ୫୭ ମିନିଟ୍‌ରେ ଗ୍ରହଣ ସ୍ପର୍ଶ କରିବ। ରାତି ୧୧ଟା ୧ ମିନିଟ୍‌ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହେବ। ରାତି ୧୧ଟା ୪୨ ମିନିଟ୍‌ରେ ମଧ୍ୟ ଓ ରାତି ୧୨ଟା ୨୩ ମିନିଟ୍‌ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। 

       Ad..


ରାତି ୧ଟା ୨୭ ମିନିଟ୍‌ରେ ଗ୍ରହଣ ସର୍ବମୋକ୍ଷ ହେବ। ଏଣୁ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ରବିବାର ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ଠାରୁ ପାକତ୍ୟାଗ ହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ କରାଯାଇଛି। ଶେଷଥର ୨୦୦୬ ମସିହା ସେପ୍ଟେମ୍ବର ୭ ତାରିଖ ଭାଦ୍ରବ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଓଡ଼ିଶା ସମେତ ସାରା ଭାରତରେ ଦେଖା ଦେଇଥିଲା। 

Ad..


ପୁଣି ୧୩୯ ବର୍ଷ ପରେ ଅର୍ଥାତ୍‌ ୨୧୬୪ ମସିହା ସେପ୍ଟେମ୍ବର ୩୦ ତାରିଖ ରବିବାର ଭାଦ୍ରବ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଏକ ବିରଳ ସଂଯୋଗ ବୋଲି ଶ୍ରୀ ଖଡ଼ୀରତ୍ନ କହିଛନ୍ତି।

Ad..


ସେ କହିଛନ୍ତି, ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ ନିୟମ ସମସ୍ତେ ମାନିବା ଉଚିତ। ରବିବାର ୧୨ଟା ୫୭ ମିନିଟ୍‌ଠାରୁ ରାତି ୧ଟା ୨୭ ମିନିଟ୍‌ ମଧ୍ୟରେ କୌଣସିପ୍ରକାର ଅନ୍ନ ଭୋଜନ କରିବା ଅନୁଚିତ। କିନ୍ତୁ ବାଳକ, ବୃଦ୍ଧ, ରୋଗୀଙ୍କ ପକ୍ଷେ ଏହି ନିୟମ ଲଙ୍ଘନୀୟ। 

Ad..


ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଏହି ରାତିରେ ଗ୍ରହଣକୁ ନ ଦେଖି କୋଳରେ ଏକ ନଡ଼ିଆ ରଖି ଘର ଭିତରେ ରହି ଶ୍ରୀବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ। ରାତି ୧ଟା ୨୭ ମିନିଟ୍‌ ବେଳକୁ ରାତି ଥିବା ଯୋଗୁ ବ୍ରାହ୍ମମୁହୂର୍ତ୍ତ ରାତି ୪ଟା ପରେ ସ୍ନାନାଦି ସାରି ଦେବପୂଜା କରିବା ଆବଶ୍ୟକ। 

Ad..


ସୂର୍ଯ୍ୟୋଦୟ ପରେ ଦେବପୂଜା ଓ ପାକକର୍ମ ସାରି ଅନ୍ନ ଆଦି ଭୋଜନ କରିବାକୁ ଶ୍ରୀ ଖଡ଼ୀରତ୍ନ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କୌଣସି ପ୍ରକାର ଶ୍ରାଦ୍ଧାଦିକର୍ମ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ ମଧ୍ୟରେ କରାଯିବାରେ କୌଣସି ବାଧା ନାହିଁ। 

ଚନ୍ଦ୍ରଗ୍ରହଣ ଭାଦ୍ରବ ପୂର୍ଣ୍ଣିମା ଦିନ ସଂଘଟିତ ହେଉଥିବାରୁ ଭାଗବତ ଜନ୍ମ, ଇନ୍ଦୁ ପୂର୍ଣ୍ଣିମା, ସପ୍ତମେଘ ବିସର୍ଜନ, ଶ୍ରୀମନ୍ଦିରରେ ଇନ୍ଦ୍ରହାତୀ ଉତ୍ସବ ଆଦି ପୂଜାପାଠ ଦେବନୀତି, ଯଜ୍ଞହୋମ ଆଦି ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ ସୁଦ୍ଧା କରଣୀୟ। 

ଗ୍ରହଣ ଛାଡ଼ିବା ପରେ ଶ୍ରୀକ୍ଷେତ୍ରରେ ମହୋଦଧି, ବିନ୍ଦୁସାଗର, ନାଭିଗୟା, ବୈତରଣୀ ଓ ମହାନଦୀ ଜଳରେ ସ୍ନାନ କଲେ ଅକ୍ଷୟ ପୁଣ୍ୟ ଫଳପ୍ରାପ୍ତି ହୋଇଥାଏ ବୋଲି ଶ୍ରୀ ଖଡ଼ୀରତ୍ନ କହିଛନ୍ତି।




Edited by k.s thakur...

Post a Comment

Previous Post Next Post