ଶିଶୁ କ୍ୟାନ୍ସର ସେବା: ବରଗଡ଼ରୁ ଆରମ୍ଭ ହେଲା ଗ୍ରାସରୁଟ୍ସ ମଡେଲ୍...

ଶିଶୁ କ୍ୟାନ୍ସର ସେବା: ବରଗଡ଼ରୁ ଆରମ୍ଭ ହେଲା ଗ୍ରାସରୁଟ୍ସ ମଡେଲ୍...


(ସମୟୋପଯୋଗୀ ହସ୍ତକ୍ଷେପରେ ବଞ୍ଚିପାରେ ଶିଶୁଙ୍କ ଜୀବନ : ଶିଶୁ କେନସର ବିଶେଷଜ୍ଞ )

ବରଗଡ,୦୬/୦୯ (ବିଜୟ କୁମାର ସାହୁ):- ଗ୍ରାମୀଣ ସ୍ତରରେ କ୍ୟାନ୍ସର ସେବାକୁ ଶକ୍ତିଶାଳୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଜିଲ୍ଲା ସ୍ତରୀୟ କଣ୍ଟିନ୍ୟୁଇଂ ମେଡିକାଲ ଏଜୁକେସନ୍ (CME) କାର୍ଯ୍ୟକ୍ରମର ଆୟୋଜନ ଆଜି ବରଗଡ ସିଏଚସି (ପୁରୁଣା DHH)  କନଫରେନ୍ସ ହଲ୍ ରେ କରାଯାଇଥିଲା। 

      Ad..


ଏହି ପ୍ରୟାସର ଉଦ୍ଦେଶ୍ୟ, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶିଶୁ କ୍ୟାନ୍ସରର ପ୍ରାରମ୍ଭିକ ଚିହ୍ନଟ, ସମୟୋପଯୋଗୀ ରିଫେରେଲ ଏବଂ ଭଲ ପରିଚାଳନା ବିଷୟରେ ପ୍ରଶିକ୍ଷିତ କରିବା।ଶିଶୁ କେନସର ସଚେତନତା ଓ ପ୍ରାଥମିକ ଚିହ୍ନଟ ପ୍ରକ୍ରିୟା ତ୍ବରିତ କରିବା ପ୍ରସଂଗ ବିଷୟ ରେ ଚର୍ଚ୍ଚା ହୋଇଥିଲା। 

         Ad..


ଏହାକୁ ବରଗଡ଼ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା. କୁବେର ଚନ୍ଦ୍ର ମହାନ୍ତ ଉଦଘାଟନ କରି କହିଲେ ଆଜିର ଏହି କାର୍ଯ୍ୟକ୍ରମ ଆମ ଗ୍ରାମୀଣ କ୍ଷେତ୍ର ଶିଶୁ କେନସର ପ୍ରସଂଗ ରେ ବହୁ ଗୁରୁତ୍ବ ବହନ କରୁଛି। 

Ad..


ଏହି ସିଏମଇର ଆୟୋଜନ ଉମ୍ମିଦେଁ ଓଡ଼ିଶା, ଫାଇଟର୍ସ ଗୃପ, ବରଗଡ କେୟାର୍ସ, ଇଣ୍ଡିଆନ ଚାଇଲ୍ଡହୁଡ କେନସର ଇନିସିଏଟିଭ (ଆଇସିସିଆଇ), କେନକିଡ୍ସ-କିଡ୍ସକେନ, ୟୁଆଇଏସସିଏଫ୍...

Ad..


ଲାୟନ୍ସ କ୍ଲବ୍ ଲୋଟସ, ଭୁବନେଶ୍ୱର, ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ସ୍ମାଇଲ, ସଂଯୋଗ, କ୍ରୀୟା ଫାଉଣ୍ଡେସନ, ମହିମା ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନ ସହଯୋଗ ରେ ଏହା ଆୟୋଜନ ହୋଇଥିଲା। 

Ad..


ଏହି କାର୍ଯ୍ୟକ୍ରମ ପ୍ରମାଣ କରିଥିଲା ଯେ, ଗ୍ରାମୀଣ ଓ ଅର୍ଦ୍ଧ-ସହରୀୟ ଅଞ୍ଚଳରେ ଶିଶୁ କ୍ୟାନ୍ସର ଭଳି ଗଭୀର ସମସ୍ୟାକୁ କେବଳ ସାମୂହିକ ସହଯୋଗ ଓ ସାଙ୍ଗୀକତାରେ ସମାଧାନ କରାଯାଇପାରେ।

Ad..


ଓଡ଼ିଶାର ଭୁବନେଶ୍ୱର ସମ୍ ହସ୍ପିଟାଲ ର ଶିଶୁ ହେମାଟୋ-ଅନ୍କୋଲଜିଷ୍ଟ ପ୍ରଫେସର ଡ଼ା. ସରୋଜ ପଣ୍ଡା, କିମ୍ସ ହସ୍ପିଟାଲ ଶିଶୁ ହେମାଟୋ-ଅନ୍କୋଲଜିଷ୍ଟ ପ୍ରଫେସର ଡ଼ା. ଶ୍ରୀମତୀ ପଲାଶ ଦାସ, ଏମ୍ସ ଭୁବନେଶ୍ୱର ର ଶିଶୁ ହେମାଟୋ-ଅନ୍କୋଲଜିଷ୍ଟ ଆସିଷ୍ଟାଣ୍ଟ ପ୍ରଫେସର ଡ଼ା. ଦେବାଶିଷ ସାହୁ...

ବାଗଚି ଶ୍ରୀ ଶଙ୍କରା କେନସର ସେଣ୍ଟର ଏଣ୍ଡ ରିସର୍ଚ ଇଷ୍ଟିଚ୍ୟୁଟ ର ଶିଶୁ ହେମାଟୋ-ଅନ୍କୋଲଜିଷ୍ଟ ଡ଼ା. ନିର୍ମଲ୍ୟ ଦେବ ପ୍ରଧାନ ପ୍ରମୁଖ ବିଶେଷଜ୍ଞମାନେ ସମେତ ସୁନାମଧନ୍ୟ ଶିଶୁରୋଗ ବିଶେଷଜ୍ଞ ଡ଼ା. ଅର୍ଜୁନ ମେହେର...

ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ର ଶିଶୁ ରୋଗ ବିଶେଷଜ୍ଞ  ଡ଼ା. ଆଶୀଷ ଶତପଥି, ଡା. ଅମିତ ଭୋଇ ଏକ ଇଣ୍ଟରାକ୍ଟିଭ୍ ସେସନ୍ ରେ ବିଳମ୍ବିତ ଡାୟାଗ୍ନୋସିସ୍ ଓ ସଚେତନତାର ଅଭାବକୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ବୋଲି କହିଥିଲେ।

କେସ୍ ଚର୍ଚ୍ଚା, ରିଫେରେଲ୍ ପ୍ରୋଟୋକଲ୍ ଓ ପରିବାରଙ୍କୁ ପରାମର୍ଶ ଦେବା ପ୍ରକ୍ରିୟାରେ ସକ୍ରିୟ ପଦ୍ଧତି କୁ ମଧ୍ଯ ପ୍ରାଥମିକତା ଦେବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଥିଲେ। 

ଏହି ପ୍ରଶିକ୍ଷଣର ସିଧାସଳଖ ଲାଭ ଗ୍ରାମୀଣ ରୋଗୀମାନଙ୍କୁ ମିଳିବ ଓ ସହରୀୟ ଓ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ମଧ୍ୟରେ ଥିବା ଦୂରତ୍ବ କୁ କମେଇବ ବୋଲି ଦ୍ରୁଢୋକ୍ତି ପ୍ରକାଶ କରି ଥିଲେ ।

ଉମ୍ମିଦେଁ ର ଚେୟାରମେନ ତଥା ଆଇସିସିଆଇ ର ପ୍ରତିନିଧି ନିତାଇ ଗୌର ପାଣିଗ୍ରାହୀ କହିଥିଲେ, “ଶିଶୁ କ୍ୟାନ୍ସରର ସମୟୋପଯୋଗୀ ପରିଚୟ ଓ ରିଫେରେଲ୍ ଦ୍ୱାରା ଶିଶୁଙ୍କର ଜୀବନ ରକ୍ଷାର ସମ୍ଭାବନା ଅନେକଗୁଣା ବଢ଼ିଯାଏ। ଆମର ଏହି ସିଏମଇ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ଗ୍ରାମୀଣ କ୍ଷେତ୍ର ରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ସେହି ଦାୟିତ୍ୱ ପାଇଁ ପ୍ରସ୍ତୁତ କରୁଛି।”

ପଶ୍ଚିମ ଓଡ଼ିଶାରେ ବିଶେଷ କ୍ୟାନ୍ସର ସେବା ସୀମିତ ଥିବାକୁ ଦୃଷ୍ଟିରେ ରଖି, ଏହି ସିଏମଇକୁ ସ୍ଥାନୀୟ ସ୍ତରରେ ଦକ୍ଷତା ବିକେନ୍ଦ୍ରୀକରଣରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଇଛି। 

ଜିଲ୍ଲା ସ୍ତରର ଡାକ୍ତର ଓ ସିଏଚସି ମୁଖ୍ୟମାନଙ୍କୁ ସଶକ୍ତ କରି, ଗ୍ରାମୀଣ ଶିଶୁ କ୍ୟାନ୍ସର ସେବା ପାଇଁ ଏକ ସତତାମୂଳକ ମଡେଲ୍ ସୃଷ୍ଟି କରିବା ଆମର ଏକମାତ୍ର ଲକ୍ଷ୍ଯ ବୋଲି ଫାଇଟର୍ସ ଗୃପ ଟ୍ରଷ୍ଟ ର ଚେୟାରମେନ ଅଶ୍ବିନୀ କୁମାର ଦର୍ଜୀ ଉଦ୍ଦେଶ୍ଯ ପ୍ରକାଶ କରିଥିଲେ। 

ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସରକାରୀ ଓ ବେସରକାରୀ ଶିଶୁରୋଗ ବିଶେଷଜ୍ଞ, ସିଏଚସି ଅଧୀକ୍ଷକ ଓ ମେଡିକାଲ ଅଫିସରମାନେ ଏଥିରେ ସକ୍ରିୟ ଭାଗ ନେଇଥିଲେ।ପରିଶେଷ ରେ ଫାଇଟର୍ସ ଗୃପ ର ସାଧାରଣ ସଂପାଦକ ଶ୍ରୀମତୀ ଅସୀମା ବିଶୋଇ ଧନ୍ଯବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post