ଉମା ମାହେଶ୍ୱରୀ ମନ୍ଦିରରେ ମୂଳାଷ୍ଟମୀଠାରୁ ମାଁ ମାହେଶ୍ୱରୀଙ୍କର ଶାରଦୀୟ ଷୋଡଶ ଦିନାତ୍ମକପୂଜା ଆରମ୍ଭ...
ବରଗଡ଼,୧୪/୦୯ (ବିଜୟ କୁମାର ସାହୁ): ଅତାବିରା ବ୍ଲକ ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ମୂଳାଷ୍ଟମୀଠାରୁ ମାଁ ମାହେଶ୍ୱରୀଙ୍କର ଶାରଦୀୟ ଷୋଡଶ ଦିନାତ୍ମକପୂଜା ଆରମ୍ଭ ହୋଇଯାଇଛି।
Ad..
ପଣ୍ଡିତ ଶଶିଭୂଷଣ ଶତପଥି ମନ୍ଦିରରେ ସଂକଳ୍ପ ପୂଜା କରିଥିଲେ। ରବିବାର ବିଳମ୍ବିତ ରାତିରେ ମନ୍ଦିରର ପୂଜକ ସନ୍ତୋଷ ମହାକୁର ପୂଜାର୍ଚ୍ଚନା କରିବା ପରେ ମାଙ୍କ ପ୍ରତୀକ ଶାଳକା ବାଡି଼କୁ ଛତ୍ର ବୈରଗ ସହ ଘଣ୍ଟ ଶଙ୍ଖ ଓ ପଞ୍ଚବାଦ୍ୟ ତାଳେ ତାଳେ ନିକଟସ୍ଥ ପୁଷ୍କରିଣୀକୁ ସ୍ନାନଯାତ୍ରା ପାଇଁ ନିଆଯାଇଥିଲା।
Ad..
ସ୍ନାନ ସାରି ଫେରିବା ବାଟରେ ମା ମାହେଶ୍ୱରୀ ଗାଁର ସବୁ ପଡ଼ାରେ ପୂଜା ପାଇଥିଲା।ମକରଧ୍ୱଜ କର୍ମୀ ଓ ସ୍ୱାଧୀନ ପାତ୍ରଙ୍କୁ ମାଙ୍କର ବରୁଆ ଆସିଥିଲେ।ସୁଶୀଲ ପ୍ରଧାନ, ସନ୍ତୋଷ ଥାଟି, ଜୟନ୍ତ କର୍ଣ୍ଣ,ଦୁର୍ଗା ପ୍ରଧାନ, ଶ୍ରୀଧର ନାଏକ...
Ad..
ସୁନ୍ଦର ପ୍ରଧାନ, ପ୍ରସନ୍ନ ପ୍ରଧାନ, ଭବାନୀ ପ୍ରଧାନ, ଗଜରାଜ ପ୍ରଧାନ, ଚମ୍ପେଶ୍ଵର ମହାକୁର, ଗଙ୍ଗାଧର ପର୍ଡିଆ, ଲକ୍ଷ୍ମଣ ପ୍ରଧାନ,ରମେଶ ପର୍ଡିଆ, ସୁନୀଲ ପ୍ରଧାନ, ଗୋପାଳ ପ୍ରଧାନ, ନନ୍ଦକାହ୍ନା ମହାକୁର,କୈବଲ୍ୟ ପ୍ରଧାନ,ପ୍ରମୋଦ କର୍ଣ୍ଣ...
Ad..
ପ୍ରଫୁଲ୍ଲ ଖମାରୀ, ବଂଶୀଧର ସେଠ, ସୁଦାମ ସେଠ,ପ୍ରତୁଲ କୁମାର କର୍ଣ୍ଣ, ସମସ୍ତ ସେବାୟତ, କମିଟି ସଦସ୍ୟ,ବୟାଲିସ ଖଣ୍ଡ ଗାଁର ଡୁମାଲ ଜାତିଭାଇ ଓ ଗ୍ରାମବାସୀଙ୍କ ସହଯୋଗ ରେ ପୂଜା କାର୍ଯ୍ୟକ୍ରମ ଚାଲୁଅଛି।
Report : Bijay ku sahu
Edited by k.s thakur...
Tags:
atabira
Bargarh
latest news
latest update
odisha daily current affairs
odisha news
soulahsah shardiya dinatmaka Durga Puja start





