ବରଗଡ଼ ଜିଲ୍ଲା ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ର ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷଣା...

ବରଗଡ଼ ଜିଲ୍ଲା ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ର ଚୂଡାନ୍ତ କାର୍ଯ୍ୟକ୍ରମ ଘୋଷଣା...


ବରଗଡ଼,୧୫/୦୯ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଏଥର ସାର୍ବଜନୀନ ଦୁର୍ଗାପୂଜା କୁ ଅଧିକ ଆକର୍ଷଣୀୟ ଓ ଶାନ୍ତି ଶୃଙ୍ଖଳା ସହ ପାଳନ କରି ସହରର ସମସ୍ତ ଜନସାଧାରଣ ସାମିଲ୍ ହେବାକୁ କମିଟି ଅନୁରୋଧ କରିବା ସହ ପୃଜାପର୍ବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ପାଇଁ ଘୋଷଣା କରିଛି।

       Ad..


ଆସନ୍ତା ୨୮.୦୯, ୨୦୨୫ ( ରବିବାର ) ଦିନ ଅପରାହ୍ନ ୪ ଘଣ୍ଟା ସମୟରେ ରାଜବାଟୀରୁ ଖଣ୍ଡାଧୂଆ ନଗର ଭ୍ରମଣରେ ବାହାରି ରାଣୀଘାଟ ପର୍ଯ୍ୟନ୍ତ ଓ ଖଣ୍ଡାଧୂଆ ପରେ ରାଜବାଟୀ ମଣ୍ଡପ ରେ ପୂଜାର୍ଚ୍ଚନା ଆରମ୍ଭ  ୨୯. ୦୯, ୨୦୨୫ ( ସୋମବାର ) ରାମଲୀଳା କାର୍ଯ୍ୟକ୍ରମ ଓ ରାଜବାଟୀ ପଡ଼ିଆରେ ମାଁ ମେଟାକାନୀ ଦଣ୍ଡନୃତ୍ୟ...

       Ad..


ଆରବି ହାଇସ୍କୁଲ ପଡ଼ିଆରେ ଉମାକାନ୍ତ ବାରିକ ଏ ଗ୍ରୁପ୍ ଅର୍କେଷ୍ଟ୍ରା ,୩୦,୦୯, ୨୦୨୫ ( ମଙ୍ଗଳବାର),ରାମଳୀଳା ଓ ଅପେରା, କୃଷ୍ଣଗୁରୁ ପ୍ରଭୃତି କାର୍ଯ୍ୟକ୍ରମ ,୦୧.୧୦. ୨୦୨୫ ( ବୁଧବାର ),ରାମଳୀଳା ଓ ଅପେରା, ପଦ୍ମଶ୍ରୀ ଖଟେଇ ଏବଂ ଗ୍ରୁପ୍ ଅର୍କେଷ୍ଟ, ୦୨.୧୦. ୨୦୨୫ ( ଗୁରୁବାର ) ରାଜାରାଜୁଡ଼ା ଅମଳର ପରମ୍ପରାର ପ୍ରସିଦ୍ଧ ଚାନ୍ଦମାରି ପ୍ରସେସନ ନଗରଭ୍ରମଣ...

Ad..


ରାମ ରାବଣ ଶୋଭାଯାତ୍ରା, ସନ୍ଧ୍ୟା ରେ ରାବଣ ପୋଡି।ଆଶିଷ କୁମ୍ଭାର ଏବଂ ଗ୍ରୁପ ଅରକେଷ୍ଟ୍ରା, ଚ୍ୟାଲେଞ୍ଜ ମହିଳା ଦଣ୍ଡନତ୍ୟ, ତୁଳସୀ ମହିଳା ଦଣ୍ଡନୃତ୍ୟ ୦୩ ୧୦, ୨୦୨୫ ( ଶୁକ୍ରବାର),ଅପରାହ୍ନ ୩ ଘଟିକାରୁ ମାଁ ଦୁର୍ଗାଙ୍କ ଭସାଣୀ ଶୋଭାଯାତ୍ରା ନଗରଭ୍ରମଣ ଓ ଭସାଣି କାର୍ଯ୍ୟକ୍ରମ ର ଚୂଡାନ୍ତ ନିଷ୍ପତ୍ତି ଘୋଷଣା କରାଯାଇଛି।

Ad..


ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପଦ୍ମପୁର ର ସଭାପତି ପ୍ରତାପ ମିଶ୍ର,ଉପ ସଭାପତି ଅଜିତ ଶତପଥି,ସମ୍ପାଦକ ଯୁଗଲ କିଶୋର ସାହୁ ଓ କୋଷାଧ୍ୟକ୍ଷ ଯୋଗେସ ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post