ବରଗଡ଼ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ...

ବରଗଡ଼ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ...


ବରଗଡ଼,୧୪/୦୯ (ବିଜୟ କୁମାର ସାହୁ): ରାଷ୍ଟ୍ରୀୟ ଆଇନ ସେବା ପ୍ରାଧୁକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧୁକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ, ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସେପ୍ଟେମ୍ବର ୧୩ ତାରିଖରେ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। 

Ad..


ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାକରଣ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରାଜା ରଞ୍ଜନ ପାଢୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧନ ମକଦ୍ଦମା ଯଥା ଦେୱାନୀ ଓ ଫୌଜଦାରି (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲାର ଆପୋସ ସମାଧାନ କରାଯାଇଥିଲା।

        Ad..


ଉକ୍ତ ଲୋକ ଅଦାଲତ ରେ ୪,୫୧୭ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା ର ବିଚାର ପାଇଁ ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟରୁ, ୧,୨୮୭ ଗୋଟି ବିଚାରଧ୍ଵନ ମୋକଦ୍ଦମା ମାମଲା ୠ ବିଚାର ପାଇଁ ବିଭିନ୍ନ ଅଦାଲତନ୍ତୁ ଏବଂ ୧୦,୮୨୪ ଗୋଟି ବିଚାରଧ୍ଵନ ମୋକଦ୍ଦମା ମାମଲା ର ବିଚାର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରମୁଖଙ୍କ ତରଫରୁ ବିଚାରକୁ ନିଆଯାଇଥିଲା।

    Ad..


ଉକ୍ତ ମକଦ୍ଦମା ମାନଙ୍କ ମଧ୍ୟରୁ ୧୭୭ ଗୋଟି ପ୍ରାକ୍ ମୋକଦ୍ଦମା ମାମଲା, ୨୮୫ ଗୋଟି ବିଚାର ବିଭାଗୀୟ ବିଚାରଧୂନ ମୋକଦ୍ଦମା ମାମଲା ଏବଂ ୮,୮୨୯ ଗୋଟି ଜିଲ୍ଲାପାଳଙ୍କ ରାଜସ ବିଚାରଧୂନ ମୋକଦ୍ଦମା ମାମଲା ର ବିଚାର ହୋଇ ପ୍ରାକ୍ ମାମଲା ବାବଦକୁ ୫୨,୩୮, ୯୪୮/- ଟଙ୍କା ଏବଂ ବିଚାର ବିଭାଗୀୟ ବିଚାରଧୁନ ମାମଲା ବାବଦକୁ ୧,୧୨, ୬୩, ୬୯୮/- ଟଙ୍କା ଆଦାୟ ହୋଇଥିଲା।

Ad..


ପାରିବାରିକ ଅଦାଲତରେ ୧୧ ଗୋଟି ପାରିବାରିକ ସମସ୍ୟା ବିଚାରଧୂନ ମୋକଦ୍ଦମା ମାମଲା କୁ ବିଚାରକୁ ନିଆଯାଇ, ୮ ଗୋଟି ପାରିବାରିକ ସମସ୍ୟା ବିଚାରନ ମୋକଦ୍ଦମା ମାମଲା ର ଆପୋସ ସମାଧାନ କରାଯାଇ ୮ ଗୋଟି ପରିବାର ପୁନଃମିଳନ ହୋଇଥିଲେ।

Ad..


ଉକ୍ତ ଲୋକ ଅଦାଲତକୁ ବରଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରାଜା ରଞ୍ଜନ ପାଢୀଙ୍କ ଏବଂ ସଚିବ ଶ୍ରୀ ବିଭୂତି ଭୁଷଣ ନାୟକଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିବାବେଳେ, ପାରିବାରିକ ଅଦାଲତର ବିଚାରପତି ଶ୍ରୀ ମାନସ ରଞ୍ଜନ ରଥ, ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ପ୍ରିୟ ରଞ୍ଜନ ବାରିକ...

Ad..


ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ପୁନମ ଜେନା, ବରିଷ୍ଠ ଦେବାନୀ ବିଚାରପତି ଶ୍ରୀମତୀ ସୁଚରିତା ମହାନ୍ତି, ବରିଷ୍ଠ ଦେବାନୀ ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ପ୍ରଜ୍ଞା ପୂଜାପ୍ରଦା, ବରିଷ୍ଠ ଦେବାନୀ ବିଚାରପତି (LR & LTV) ଶ୍ରୀମତୀ ବର୍ଷା ଶର୍ମା...

ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶ୍ରୀଷ୍ଟି ସାମନ୍ତ, ଦେବାନୀ ବିଚାରପତି ଶ୍ରୀ ସଂଗ୍ରାମ କୁମାର ମିଶ୍ର, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (LR & LTV) ଶ୍ରୀ ଚନ୍ଦନ ଦେହୁରୀ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଶୁଶ୍ରୀ ଋତୁପର୍ଣା ଦାସ ବିଭିନ୍ନ ଅଦାଲତଗୁଡିକୁ ପରିଚାଳନା କରିଥିଲେ।

ପାରିବାରିକ ଅଦାଲତରେ ବରିଷ୍ଠ ଆଇନ୍‌ଜୀବୀ ଶ୍ରୀ ଯୁଗଳ ପ୍ରସାଦ ସିଂ, ଅତିରିକ୍ତ ଜିଲ୍ଲା ଅଦାଳତରେ ବରିଷ୍ଠ ଆଇନ୍‌ଜୀବୀ ଶ୍ରୀ ଶିରିଶ ବଲ୍ଲଭ ମିଶ୍ର, ବରିଷ୍ଠ ଦେବାନୀ ଅଦାଳତରେ ବରିଷ୍ଠ ଆଇନ୍‌ଜୀବୀ ଶ୍ରୀ ଚିତ ରଞ୍ଜନ ପଣ୍ଡା, ବରିଷ୍ଠ ଦେବାନୀ ବିଚାରପତି (ମହିଳା ଅଦାଲତ) ରେ ଆଇନ୍‌ଜୀବୀ ଶ୍ରୀ ମହେନ୍ଦ୍ର ସାହୁ, ବରିଷ୍ଠ ଦେବାନୀ ବିଚାରପତି (LR (LR & LTV) ଅଦାଳତରେ ଆଇନ୍‌ଜୀବୀ ଶ୍ରୀ ଦେବାଶିସ ମିଶ୍ର...

ଉପଖଣ୍ଡିୟ ବିଚାର ବିଭାଗୀୟ ମାଜି ମାଜିଷ୍ଟ୍ରେଟଙ୍କ ଅଦାଳତରେ ଆଇନ୍‌ଜୀବୀ ଶ୍ରୀ ମାନଭଞ୍ଜନ ତ୍ରିପାଠୀ, ଦେବାନୀ ବିଚାରପତି ଙ୍କ ଅଦାଳତରେ ଆଇନ୍‌ଜୀବୀ ଶ୍ରୀ କିରଣ କୁମାର ମିଶ୍ର, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (LR & LTV) ଙ୍କ ଅଦାଳତରେ ଆଇନ୍‌ଜୀବୀ ଶ୍ରୀ ହିରାଲାଲ ପଣ୍ଡା...

ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଙ୍କ ଅଦାଳତରେ ଆଇନ୍‌ଜୀବୀ ଶ୍ରୀ ପ୍ରଭାତ କାନ୍ତ ଦାଶ ଅଦାଲତଗୁଡିକୁ ପରିଚାଳନା କରିବା ସହ ପ୍ରମୁଖ ସହଯୋଗ କରିଥିଲେ। ପ୍ରାଧୁକରଣ ଅର୍ନ୍ତଭୁକ୍ତ ଆଇନ୍‌ଜୀବୀ, ଜିଲ୍ଲା ଓକିଲ ସଂଘର ବରିଷ୍ଠ ଆଇନ୍‌ଜୀବୀ ଓ ଯୁବ ଆଇନ୍‌ଜୀବୀ, ପୋଲିସ ଅଧିକାରୀମାନେ, ଆଇନସେବା ପ୍ରାଧୁକରଣ ଓ ସିଭିଲ କୋର୍ଟର କର୍ମଚାରୀମାନେ ଉପରୋକ୍ତ ଲୋକ ଅଦାଲତ ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post