ପିଏମ୍ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର...
ଭୁବନେଶ୍ଵର,୧୩/୦୯ : ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର । ସେପ୍ଟେମ୍ବର ୮ତାରିଖରୁ କେୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର।
Ad..
ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେୱାଇସି ଅପଡେଟ କରି ସାମିଲ ହୋଇପାରିବେ।କୌଣସି ଚାଷୀ ଯେପରି ବାଦ ନ ପଡ଼ନ୍ତି, ସେଥିପାଇଁ ସରକାର କେନ୍ଦ୍ରୀୟ ଯୋଜନାରେ ଅଧିକ ଚାଷୀଙ୍କୁ ସାମିଲ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି ।
Ad..
ସୂଚନା ଅନୁଯାୟୀ, ସିଏମ୍ କିଷାନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ସାମିଲ୍ ଥିବାବେଳେ ପିଏମ୍ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି ।
Ad..
ପୂର୍ବବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀଙ୍କୁ ପିଏମ କିଷାନରେ ସାମିଲ କରିଛନ୍ତି ସରକାର ।
Ad..
Edited by k.s thakur...
Tags:
6 month
Bhubaneswar
date extended
kyc update
latest news
latest update
odisha daily current affairs
pm Kisan





