ଲଘୁଚାପର ପ୍ରଭାବରୁ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା...
ଭୁବନେଶ୍ୱର,୧୩/୦୯ : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ସକ୍ରିୟ ରହିଛି।
Ad..
ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ବଢ଼ିଛି। ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ଦେଇ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।
Ad..
ଏହା ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି।ତେବେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପର ପ୍ରଭାବ ସବୁଠୁ ଅଧିକ ରହିବାକୁ ଥିବାରୁ ଶନିବାର ପାଇଁ ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ବର୍ଷା ଜନିତ ଆଲର୍ଟ ଜାରି ହୋଇଛି।
Ad..
ପାଣିପାଗ କେନ୍ଦ୍ର କହିଛି ଯେ ଶନିବାର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବର୍ଷାର ପ୍ରଭାବ ସବୁଠୁ ଅଧିକ ଅନୁଭୂତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।
Ad..
ଲଘୁଚାପ ପ୍ରଭାବର ଉତ୍ତର ପଶ୍ଚିମବଙ୍ଗୋପସାଗରରେ ପବନର ବେଗ ୩୫-୪୫ କିମି ଓ ଝଟକା ପବନ ୫୫ କିମି ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।
Ad..
ଅନ୍ୟପଟେ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନକୂଳ ହୋଇଛି। ଆସନ୍ତା ୧୫ ତାରିଖ ମଧ୍ୟରେ ଦେଶର ଉତ୍ତର ପଶ୍ଚିମ ଭାଗ ଯଥା ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାର ସମ୍ଭାବନା ରହିଛି।
Ad..
ସାଧାରଣତଃ ଲଗାତାର ୫ ଦିନ ପର୍ଯ୍ୟନ୍ତ ବର୍ଷା କମିବା ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଜନିତ ସ୍ଥିତି ସୃଷ୍ଟି ହୋଇଥାଏ। ଗୁରୁଚାପ ବଳୟ ସୃଷ୍ଟି ହେବା ସହ ଆକାଶ ନିର୍ମଳ ମଧ୍ୟ ରହିବ। ସେପ୍ଟମ୍ବର ୧ ପରେ ଦେଶରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ।
ଓଡ଼ିଶାରୁ ମୌସୁମୀ ଅକ୍ଟୋବର ୧୦-୧୫ ତାରିଖ ମଧ୍ୟରେ ବିଦାୟ ନେଇଥାଏ। ଯେହେତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟରେ ଦେଶରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେଉଛି, ଓଡ଼ିଶାରୁ ମଧ୍ୟ ସଠିକ୍ ସମୟରେ ମୌସୁମୀ ବିଦ୍ୟାୟ ନେବା ନେଇ ଆକଳନ କରାଯାଉଛି।
Edited by k.s thakur...
Tags:
Bhubaneswar
IMD forecast
latest news
latest update
low pressure rainfall
odisha daily current affairs
odisha news
odisha weather
rainfall alert







