ଇନପୁଟ ସହାୟତା ବଣ୍ଟନରେ କାଇଁଶୀର ପଞ୍ଚାୟତ ର ଚାଷି ଅସନ୍ତୋଷ...
ବରଗଡ଼,୧୩/୦୯ (ବିଜୟ କୁମାର ସାହୁ): ଇନପୁଟ ସହାୟତା ବଣ୍ଟନରେ କାଇଁଶୀର ପଞ୍ଚାୟତ ର ଚାଷି ଅସନ୍ତୋଷ୍ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ। ଚାଷୀମାନଙ୍କ ଅଭିଯୋଗ ଅନୁସାରେ ଗତ ରବି ଋତୁରେ ଅଦିନିଆଁ ବର୍ଷା କାରଣରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା।
Ad..
ସେହି ସମୟରେ ବିଭାଗୀୟ ଅଧିକାରୀ ଖେତଖେତ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବାର ଆଶ୍ୱାସନା ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ତରବରିଆ ଭାବେ ବରଗଡ଼ ଜିଲ୍ଲା ପାଇ 7 କୋଟି 55ଲକ୍ଷ 44 ହଜାର ଟଙ୍କା ଘୋଷଣା କରିଥିଲେ।
Ad..
କିନ୍ତୁ ସେହି କ୍ଷତିପୂରଣ ଅକାଳନରେ ବରପାଲି ବ୍ଲକ ନଥିଲା ସଂଯୁକ୍ତ କୃଷକ ସଂଗଠନର ବାଦୀ ପରେ ବରପାଲି ବ୍ଲକକୁ ସାମିଲ କରାଯାଥିଲା ଏବଂ କାଇଁଶୀର ପଞ୍ଚାୟତ ର ବରଙ୍ଗପାଲିର 105 ଜଣ ଏବଂ କାଇଁଶୀର ଗ୍ରାମର 87 ଜଣ ଚାଷୀଙ୍କୁ କ୍ଷତିପୂରଣ ଇନପୁଟ ସବସିଟି ମିଳିଥିଲା।
Ad..
ପ୍ରକୃତରେ ଯେଉଁ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଅଛି ସେମାନଙ୍କୁ କ୍ଷତିପୂରଣ ନ ମିଳବାରୁ ପ୍ରଥମେ ରାଜସ୍ବ ଅଧିକାରୀ ପରେ ତହସିଲଦାର କୁ ଲିଖିତ ଭାବେ ଗ୍ରାମବାସୀ ଜଣାଇଥିଲେ ହେଲେ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ତରଫରୁ ତହସିଲ ଅଫିସ ଘେରାଉ କରିଥିଲେ।
Ad..
ସେଠାରେ ଜାଣିବାକୁ ପାଇଲେଯେ କ୍ଷତି ହୋଇନଥିବା ଚାଷୀମାନେ ଲକ୍ଷ ଲକ୍ଷ ଟଙ୍କା ପାଇଛନ୍ତି ଏପରିକି ଗୋଟିଏ ପରିବାରର ତିନିଜଣ ଚାରିଜଣ ମଧ୍ୟ ପାଇଛନ୍ତି ଚାଷ କରିନଥିବା ଚାଷୀମଧ୍ୟ କ୍ଷତିପୂରଣ ପାଇଛନ୍ତି ତେଣୁ କ୍ଷତିଗ୍ରସ୍ତ ଚାଷୀମାନେ ଅସନ୍ତୋଷ୍ଟ ହୋଇ ଜିଲ୍ଲାପାଳ ଙ୍କୁ ଜଣାଇବା ପାଇଁ ଆସିଥିଲେ।
Ad..
ସେମାନଙ୍କର ଦାବୀ ମୁତାବକ ଆର ଆଇ ଏବଂ ତହସିଲଦାର ମିଶି ଲାଞ୍ଚ ନେଇ ଅସାଧୁ ଭାବେ ଅଯୋଗ୍ୟ ଚାଷୀଙ୍କୁ କ୍ଷତିପୂରଣ ଦେଇଛନ୍ତି। ଏଣୁ ଏହାର ବିହିତ ପଦକ୍ଷେପ ପୂର୍ବକ ଉଚ୍ଚାସ୍ତରୀୟ ତଦନ୍ତ କରି ଅନିୟମିତତା କରିଥିବା ଅଫିସର ବିରୋଧ ରେ କାର୍ଯ୍ୟାନୁଷ୍ଠାନ କରାଯାଉ ଏବଂ...
କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ଦିଆଯାଉ ନ ହେଲେ ଆମେ ରାଜ ରାସ୍ତା କୁ ଉଲ୍ଲଇବୁ ବୋଲି ପ୍ରହ୍ଲା୍ଲାଦ ପଧାନ, ବଳରାମ ଭୋଇ, ହର ପଧାନ, ଦିବାକର ସାହୁ, ଅଭିଳାଷ ପଧାନ, ଦିବ୍ୟ ପଧାନ, ଭରତ ଭୋଇ...
ଶମ୍ବୁପ୍ରସାଦ ପଧାନ, ସଂଜୀବ ପଧାନ, ଆଲୋକ ଗଡତିଆ, ସଂଯୁକ୍ତ କୃଷକ ସଂଗଠନ ର ନିରଞ୍ଜନ ପଧାନ, ସୁଦାମ ପାତ୍ର ଏବଂ ରମେଶ ମହାପାତ୍ର ଚେତାବନୀ ଦେଇଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
farmers
latest news
latest update
odisha daily current affairs
odisha news







