ଆମ ବିଦ୍ୟାଳୟ ଓ ଗୁଣାତ୍ମକ ଶିକ୍ଷା ଶୀର୍ଷକ ଆଲୋଚନାଚକ୍ର...

ଆମ ବିଦ୍ୟାଳୟ ଓ ଗୁଣାତ୍ମକ ଶିକ୍ଷା ଶୀର୍ଷକ ଆଲୋଚନାଚକ୍ର...


ବରଗଡ଼,୨୨/୦୯ (ବିଜୟ କୁମାର ସାହୁ) : ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଶିକ୍ଷା ବିଭାଗର ମୁଖ୍ଯ  ପ୍ରାଧ୍ୟାପିକା ନନ୍ଦିନୀ ନିରୋଦ ପଣ୍ଡାଙ୍କ...

Ad..


ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀମତୀ ରଞ୍ଜିତା ନାୟକ ଓ ପ୍ରାଧ୍ୟାପିକା ପୁଷ୍ପାଞ୍ଜଳୀ ପ୍ରଧାନ ଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନର ଶୃଙ୍ଖଳା,କଠିନ ପରିଶ୍ରମ ଓ ଅଧ୍ୟବସାୟ ପିଲାମାନଙ୍କୁ ସଫଳତାର ଶୀର୍ଷ ପର୍ଯ୍ୟନ୍ତ ପହଞ୍ଚାଇ ଥାଏ ବୋଲି ମତବ୍ୟକ୍ତ କରିଥିଲେ।

        Ad..


ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷା ବିଭାଗର ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ପୂରାତନ ଛାତ୍ରୀମାନେ ଫୁଲ ଚନ୍ଦନ ଓ ଉପହାର ପ୍ରଦାନ କରି ସ୍ବାଗତ ଜଣାଇଥିଲେ। 

Ad..


ଦ୍ବିତୀୟ ଅଧିବେଶନରେ " ଆମ ବିଦ୍ୟାଳୟ ଓ ଗୁଣାତ୍ମକ ଶିକ୍ଷା" ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ, ଅଧ୍ୟାପିକା ରୀତାଞ୍ଜଳୀ ପାଣିଗ୍ରାହୀ  ଓ ତୃତୀୟ ବର୍ଷ ଛାତ୍ରୀ ହିତେସ୍ବରୀ ଭୋଇ ଗୁଣାତ୍ମକ ଶିକ୍ଷାର...

Ad..


ବିଭିନ୍ନ ଦିଗ ଓ ଶିକ୍ଷକ ମାନଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post