ଧାନ ବିକ୍ରି ପଞ୍ଜିକରଣ କୁ ନେଇ ପୁଣି ଚାଷୀ ଅସନ୍ତୋଷ ବରଗଡ଼ ଜିଲ୍ଲା ଭେଡେନ ରେ ଆନ୍ଦୋଳନ...

ଧାନ ବିକ୍ରି ପଞ୍ଜିକରଣ କୁ ନେଇ ପୁଣି ଚାଷୀ ଅସନ୍ତୋଷ ବରଗଡ଼ ଜିଲ୍ଲା ଭେଡେନ ରେ ଆନ୍ଦୋଳନ...


ବରଗଡ଼,୨୨/୦୯ (ବିଜୟ କୁମାର ସାହୁ): ଗୋଟିଏ ପଟେ ଧାନ ଅମଳ ଆରମ୍ଭ ହେଲାଣି ତ ଅନ୍ୟ ପଟେ ପଞ୍ଜିକରଣ ରୁ ବଞ୍ଚିତ ଚାଷି ପଞ୍ଜିକୃତ ହେବେ କେବେ ବୋଲି ଭେଡେନ ତହସିଲ ଅଫିସ ସମ୍ମୁଖରେ ସଂଯୁକ୍ତ କୃଷକ ସଙ୍ଗଠନ ଶାଖା ର ସହରାଟିକ୍ରା ମଣ୍ଡି ସଭାପତି ବୃନ୍ଦାବନ ସାହୁଙ୍କ ନେତୃତ୍ୱରେ...

Ad..


ଧାନ ପଞ୍ଜିକରଣ ରୁ ବାଦ ବଢିଥିବା ରେମଣ୍ଡା ସୋସାଇଟିରେ ରାଜ୍ୟର ସର୍ବାଧିକ 950 ଜଣ ବା ତାଳମେଣ୍ଡା ପଞ୍ଚାୟତ ରୁ 532 ଜଣ  ଅସନ୍ତୋଷ୍ଠ ଚାଷିମାନେ ଅଫିସ ଖୋଲିବା ପୂର୍ବରୁ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। 

Ad..


ବକ୍ତାମାନେ ନୂତନ ଧାନ ପଞ୍ଜିକରଣ ନୀତି ସମ୍ପୂଣ୍ଣ ବିଫଳ ହୋଇଥିବା ପ୍ରକାଶ କରି  କାହିଁକି ହଜାର ହାଜର ଚାଷି ପଞ୍ଜିକରଣ ରୁ ବାଦ ପଡିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।ଯେଉଁମାନେ ଗତ ବର୍ଷ ଧାନ ପଞ୍ଜିକରଣ କରିଥିଲେ ଏବଂ ଚଳିତ ବର୍ଷ ଆବଶ୍ୟକ ସମସ୍ତ କାଗଜପତ୍ର ଧର୍ଯ୍ୟ ତାରିଖ ପୂର୍ବରୁ ଦେଉଥିଲେ ମଧ୍ୟ ପଞ୍ଜିକରଣ ହୋଇ ପାରିଲେ ନାହିଁ କାହିଁକି ?

Ad..


ନେଟ ସ୍ଲୋ ହେବା, ଅନାବଶ୍ୟକ କାଗଜପତ୍ର ମଗାଯିବା, ସରବର ଡାଉନ ହେବା, ସୋସାଇଟି ରେ ମନମୁଖୀ ଏବଂ 25 ତାରିଖ ନେଟ ବନ୍ଦ ଯୋଗୁଁ ଅନେକ ଚାଷି ବଞ୍ଚିତ ହୋଇଛନ୍ତି।

Ad..


କିନ୍ତୁ ସଙ୍ଗଠନ ର କର୍ମକର୍ତ୍ତା ମାନଙ୍କ ଅଭିଯୋଗ ଅନୁସାରେ ଏହି ସବୁ ସମସ୍ୟା  ଶାସନ ପ୍ରଶାସନ ତରଫରୁ ଜାଣିଶୁଣି କରାଯାଇଛି କାରଣ  ଯେତେ କମ ଚାଷି ପଞ୍ଜିକୃତ ହେବେ ରାଜ୍ୟ ପାଇଁ ସେତେ ଭଲ 800 ଟଙ୍କା ଦେବାକୁ ପଡିବ ନାହିଁ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ ଏବଂ ଯେଉଁ ଚାଷିମାନେ ପଞ୍ଜିକୃତ ହୋଇ ନ ପାରିବେ... 

Ad..


ଧାନ କ୍ୟୁଣ୍ଟାଲ 15/17 ଶହରେ ଚାଷି ଧାନ ବିକ୍ରିପାଇଁ ବାଧ୍ୟ ହେବେ, ଋଣ ଶୁଝିବାରେ ଅସୁବିଧା ହେବ, ଘର ଚଳାଇବା ସହିତ ଆବଶ୍ୟକ ଖର୍ଚ୍ଚ କେମିତି ଓ କିପରି ଭାବେ ପୂରଣ କରିବେ ବୋଲି କହିଥିଲେ। ଦୀର୍ଘ 5 ଘଣ୍ଟା ଧାରଣା ପରେ ତହସିଲଦାର ରଶ୍ମିତା ସ୍ୱାଇଁ ଏବଂ ସହକାରୀ ଉପନିବନ୍ଧକ ରାଧେ ମେହେର ଆସି ଆନ୍ଦୋଳନ ରତ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ।  

ପଞ୍ଜିକରଣ ନିଶ୍ଚୟ ହେବ ବୋଲି ପ୍ରତିଶୃତି ପରେ ଚାଷୀମାନେ ଯଦି କେହି ଜଣେ ଧାନ ବିକ୍ରୀ ରୁ ବାଦ ପଡିଲେ ବା ପଞ୍ଜିକରଣ ହୋଇନପାରିଲେ ସମସ୍ତ ସରକାରୀ ଅଫିସ, ରୋଡ଼ ରାସ୍ତା ରେ ଧାନ ପକାଇ ସମସ୍ତ ମଣ୍ଡି ବନ୍ଦ କରାଯିବ ବୋଲି ଅଶ୍ୱିନୀ ଦାସ, ଚୂଡ଼ାମଣି ଛନ୍ଦ, ଧର୍ମରାଜ କର, ବିକାଶ ପଧାନ, ଭାଗବତ ସାହୁ, ଦୈତାରୀ ସାହୁ, ଦୀପକ ସାହୁ, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ଉତ୍ପନ୍ନ ଭୋଇ ଏବଂ ରମେଶ ମହାପାତ୍ର ଚେତାବନୀ ଦେଇଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post