ବାଇକ୍ ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା: ଚାଲିଗଲା ତିନି ଜଣଙ୍କ ଜୀବନ...
ରୁପ୍ରା,୨୨/୦୯ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ମ. ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ନର୍ଲା ଥାନା ଅନ୍ତର୍ଗତ ଦେହେଲି ନିକଟରେ ବାଇକ୍ ଓ ପିକଅପର ମୁହାଁମୁହିଁ ଧକ୍କା ହେବା ଫଳରେ ତେର୍ଲୋ ଗ୍ରାମର...
Ad..
ଗୋଟିଏ ପରିବାରର ବାପା ଓ ପୁଅ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଝିଅର ମଧ୍ୟ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଭଳି ଏକ ଦୁଃଖଦ ଘଟଣାରେ ନର୍ଲା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ସେହିପରି ମା' ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣା ପଡ଼ିଛି।
Ad..
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢେ ୯ ସମୟରେ ନର୍ଲା ବ୍ଲକ ବାଲସିଙ୍ଗା ଗ୍ରାମ ପଞ୍ଚାୟତ ଅଧିନ ତେର୍ଲୋ ଗ୍ରାମର ବୁଧ ବାରିକ (୩୫) ପୁଅ ଆରବ (୧୦) , ମାଆ ଓ ଝିଅ ବାଇକ (ନଂ ଓଡି ୧୭ ସି ୦୭୬୨) ଯୋଗେ ନର୍ଲା ପଟେ ଆସୁଥିଲେ।
Ad..
ସାମନା ପଟୁ କ୍ଷୀପ୍ର ଗତିରେ ଯାଉଥିବା ଏକ ପିକଅପ ଭ୍ୟାନ (ନଂ ଏପି ୩୯ ଟି ସି ୭୭୦୬) ବାଇକକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ବାଇକ ଚାଳକ ବାପା ବୁଧ ବାରିକ ଓ ପୁଅ ଆରବଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଓ ମା' ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ମାଧ୍ୟମରେ ନର୍ଲା ଡାକ୍ତଖାନାକୁ ଆଣିଥିଲେ। ହେଲେ ସେଠାରେ ଝିଅ ଆଖି ବୁଜିଥିଲା।
Ad..
ମାଆ ଅଧିକ ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ଜଣାପଡ଼ିଛି। ନର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖି ଦୁର୍ଘଟଣା ଘଟେଇଥିବା ଆନ୍ଧ୍ର ପିକ୍ଅପ୍ ଭ୍ୟାନକୁ ଜବତ କରି ଥାନାକୁ ନେ଼ଇ ଆସିଥିବା ସୁଚନା ମିଳିଛି।
Ad..
ଏପଟେ କ୍ଷତିପୂରଣ ଦାବିରେ ମୃତ ଶରୀରକୁ ରାସ୍ତାରେ ରଖି ଅବରୋଧ କରିଛନ୍ତି ପରିବାରବର୍ଗ ଓ ଉତ୍ୟକ୍ତ ଜନତା। ଘଟଣାସ୍ଥଳରେ ପୁଲିସ୍ ମୁତୟନ ରହିଛନ୍ତି।
Edited by k.s thakur...
Tags:
3 died
Kalahandi
latest news
latest update
odisha daily current affairs
odisha news
one family
Road accident
rupra






