ରୋଗି ମାନଙ୍କ ସହଯୋଗୀ ମାନଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ...
ବରଗଡ଼/ଅତାବିରା,୨୨/୦୯ (ବିଜୟ କୁମାର ସାହୁ) : ସୋମବାର ଦିନ ଜ଼ିଲ୍ଲା ସମାଜ ସେବୀ ସଂଘ, ବରଗଡ ପକ୍ଷରୁ ଅତାବିରା ବ୍ଲକ ର ସରକାରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଅତାବିରା କୁ ଆସୁ ଥିବା ରୋଗି ମାନଙ୍କ ସହଯୋଗୀ ମାନଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା।
Ad..
ଏହି ଶୁଭ କାର୍ଯ୍ୟ କୁ ଏକ ବୃକ୍ଷ ରୋପଣ କରି ଅତାବିରା ଗୋଷ୍ଠି ଚିକିତ୍ସା ଅଧିକାରୀ ଶ୍ରୀ ରବିନାରାୟଣ ମିଶ୍ର ଶୁଭାରମ୍ଭ କରିଥିଲେ। ଏହି ମାଗଣା ରନ୍ଧା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ପ୍ରତି ସୋମବାର ଦିନ ସକାଳ ୧୧.୩୦ ରେ ଦିଆଯିବ।
Ad..
ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ସମାଜ ସେବୀ ସଂଘ ର ସଭାପତି ବଳିଷ୍ଠ ଦୁର୍ଗା ଙ୍କ ନେତୃତ୍ୱ ରେ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଡ. ପ୍ରମୋଦ କୁମାର ମିଶ୍ର (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ), ବୀରେନ୍ଦ୍ର କର (ଚାଷୀ ନେତା),ଭବାନୀ ଶଙ୍କର ପାଢ଼ୀ (ଅମୃତ କୁଟୁମ୍ବ )...
Ad..
ପରମେଶ୍ୱର ପଟେଲ (ବଜରଙ୍ଗ ଦଳ ), ଅଶ୍ବିନୀ ମେହେର (ବିଶ୍ୱ ହିନ୍ଦୁ ପରିଷଦ ), ଜୟ କୃଷ୍ଣ ଛୁରିଆ, (ସଚେତନ ନାଗରିକ ), ବବଲୁ ଭେଷରl(ଭୀମ ଆର୍ମି ), ରାମଚଣ୍ଡୀ ମନ୍ଦିର କମିଟି, ଦୁର୍ଗା ମନ୍ଦିର କମିଟି,ମନୋଜ ଶର୍ମା (ଲlୟନ୍ସ କ୍ଲବ), ମାରୱାଡି ୟୁୱା ମଞ୍ଚ ତଥା ଅତାବିରା ର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।
Ad..
ଜ଼ିଲ୍ଲା ସମାଜସେବୀ ସଂଘ ର ସକ୍ରିୟ ସଦସ୍ୟ,ମିଠାରାମ ସାହୁ, ରମାକାନ୍ତ ସାହୁ , ରାଜେଶ ଶର୍ମା,କୀର୍ତ୍ତ ମହାନନ୍ଦ,ମନୋଜ ବାଗ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
Ad..
ଏହି କାର୍ଯ୍ୟକ୍ରମ କୁ ସମସ୍ତେ ମିଶି ସାଫଲ୍ୟ ମଣ୍ଡିତ କରିଥିବାରୁ ଜ଼ିଲ୍ଲା ସମାଜସେବୀ ସଂଘ, ବରଗଡ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
Report : Bijay ku sahu
Edited by k.s thakur...
Tags:
atabira
Bargarh
bargarh news
latest news
latest update
marwadi yuva Manch
odisha daily current affairs
odisha news






