ପାଇକମାଳରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ପୁଜା ପାଇଁ କଳସ ଯାତ୍ରା...
ପାଇକମାଳ,୨୨/୦୯ (ବିଜୟ କୁମାର ସାହୁ) :ବରଗଡ଼ ଜିଲ୍ଲା ପାଇକମାଳ ଠାରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ରପୁଜା ପାଇଁ କଳସ ଯାତ୍ରାସୋମବାର ଅନୁଷ୍ଠିତ ହୋଇଯାଇଛି ।
Ad..
ପାଇକମାଳ ଦୁର୍ଗାପୂଜାର ଏକ ଅନନ୍ୟ ପରମ୍ପରା ରହିଅଛି । ପାଇକମାଳ ଦୁର୍ଗାପୂଜା କୁ ତ୍ରିପୀଠ ପୂଜା ମଧ୍ୟ କୁହାଯାଇଥାଏ । କାରଣ ପାଇକମାଳ ଦୁର୍ଗା ମନ୍ଦିର ,ପାଇକମାଳ ଗୌତିଆ ଘର ଓ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ର ବିନ୍ଧ୍ୟବାସିନୀ ମନ୍ଦିର ଓତପ୍ରୋତ ଭାବେ ଜଡ଼ିତ।
Ad..
ଏହା ସହ ପାଇକମାଳ ଦୁର୍ଗା ପୂଜା ହିନ୍ଦୁ,ମୁସଲିମ,ମିଳିମିଶି ଏହି ସାର୍ବଜନୀନ ଦୁର୍ଗାପୂଜା ପାଳନ କରିଥାନ୍ତି । ଆଜି ପାଇକମାଳ ସ୍ଥିତ ଶିବ ମନ୍ଦିର ପାଖ ଝରଣାରେ ପୂଜା ପାଠ କରାଯାଇ୧୦୮ କଳସ ରେ ପବିତ୍ର ପାଣି...
Ad..
ଆଣି ଏକ ଶୋଭାଯାତ୍ରା ବାହାରି ଘଣ୍ଟ ଘଣ୍ଟା ବାଦ୍ୟ ବଜାଇ ସଂକ୍ରିତନ୍ୟ ଦଳ ସହ ପାଇକମାଳ ପରିକ୍ରମା କରିବା ପରେ ପାଇକମାଳ ଦୁର୍ଗା ମନ୍ଦିର ଠାରେ କଳସ ସ୍ଥାପନ କରାଯାଇଥିଲା ।
Ad..
କର୍ତ୍ତା ଭାବରେ ସୁବାସ ମେହେର ଓ ତାଙ୍କ ଧର୍ମପତ୍ନୀ ଶ୍ରୀୟା ମେହେର ଦାଇତ୍ୱ ତୁଲାଉ ଥିବା ବେଳେ ପଣ୍ଡିତ ଡ଼ିଗ୍ରୀଧର ଦେବତା ପୁଜା ପାଠ ହୋମ ଯଜ୍ଞ ଦାଇତ୍ୱ ତୁଲାଉଛନ୍ତି।ଆଜି ଠାରୁ ଦୁର୍ଗା ମନ୍ଦିର ଠାରେ ପୂଜା ପାଠ ହୋମ ଯଜ୍ଞ ରୀତି ନୀତି ଅନୁସାରେ ଆରମ୍ଭ ହୋଇ...
Ad..
ଅକ୍ଟୋବର ମାସ ତିନି ତାରିଖ ପର୍ଯ୍ୟନ୍ତ ମହା ଆଡମର ସହକାରେ ପାଳନ କରାଯିବ ବୋଲି ଦୁର୍ଗା ମନ୍ଦିର କମିଟି ର ସମ୍ପାଦକ ଆଶୁତୋଷ ସାହୁ ସୂଚନା ଦେଇଛନ୍ତି ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
Durga Puja
latest news
latest update
navratri
odisha daily current affairs
odisha news
paikmaal






