ସେଲ୍ଫ ଫାଇନାନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମକର୍ତ୍ତାଙ୍କ ବୈଠକ...
ଭବାନୀପାଟଣା,୨୯/୦୯ (ବିଜୟ କୁମାର ସାହୁ) : କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡା ମାଁ ଯୋଗମାୟାଙ୍କପୀଠ ଠାରେ କଳାହାଣ୍ଡି ଜିଲା ସୋସାଇଟି ଅଧୀନରେ ପରିଚାଳିତ ସେଲ୍ଫ ଫାଇନାନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁଣ୍ଡଲାର ଅଧ୍ୟକ୍ଷ ରମାଇଁ ଚରଣ ସିଂ ଙ୍କ ସଭାପତିତ୍ୱ କରିଥିଲେ ।ଆଗାମୀ ଦିନରେ ସଂଗଠନ କିଭଳି ଭାବରେ ମଜବୁତ ହେବ ଓ ସରକାର କିଭଳି ଭାବରେ ଏହି ବିଦ୍ୟାଳୟ ମାନଙ୍କୁ...
Ad..
ସାଧାରଣ ବିଦ୍ୟାଳୟରେ ପରିଣତ କରି ଅନୁଦାନ ପରିସରଭୁକ୍ତ କରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରିତ କରାଯାଇଥିଲା।
ବୀଣାପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବଂଶୀଧର ବେହେରା ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ।ବିଜୁପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗରଗାଵ,ପୀରରତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତେରେସିଙ୍ଗା...
Ad..
ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଚ୍ଛାଡେଙ୍ଗେନ,ବୀଣାପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁହୁରା,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁଣ୍ଡଲା ର ଅଧ୍ୟକ୍ଷ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Edited by k.s thakur...
Tags:
bhawanipatna
Kalahandi
latest news
latest update
odisha daily current affairs
odisha news
self finance High school





