ପୁଣି ମାଓବାଦୀଙ୍କୁ ଝଟକା: ମାଓ ଡମ୍ପ ଉଦ୍ଧାର କଲେ ଯବାନ...
ମାଲକାନଗିରି,୨୯/୦୯ : ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଂଗଲରେ ପୁଣି ନକ୍ସଲଙ୍କୁ ଝଟକା ଲାଗିଛି। ଏହି ଜଂଗଲରେ ନକ୍ସଲ ଲୁଚାଇ ରଖିଥିବା ବିସ୍ଫୋରକ ଓ ଅନ୍ୟ ମାଓ ସାମଗ୍ରୀକୁ ଯବାନ ଉଦ୍ଧାର କରିଛନ୍ତି।
Ad..
ଏହି ଡମ୍ପରେ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ସହ ଲିଥିୟମ ବ୍ୟାଟେରି,ବିଦ୍ୟୁତ ତାର, ୱାକିଟକି, ଚାର୍ଜର, ନକ୍ସଲ ପୋଷାକ, ବେଲ୍ଟ,ବ୍ୟାଗ, ଅନ୍ୟ ସାମଗ୍ରୀ ଜବତ କରାଯାଇଛି।
Ad..
ଏଠାରେ କୁତୁଲ ଏରିଆ କମିଟି ତରଫରୁ ଏହି ମାଓ ସାମଗ୍ରୀଗୁଡିକକୁ ଲୁଚାଇ ରଖାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ସୁରକ୍ଷାକର୍ମୀ ଏବଂ ସାଧାରଣ ଜନତାକୁ ଟାର୍ଗେଟ କରିବା ପାଇଁ ଏଭଳି ଲୁଚାଇ ରଖିଥିବା ପୁଲିସ କହିଛି।
Ad..
ଗତ ୨୫ ତାରିଖରେ ମଧ୍ୟ କୋଲିଆର ଅଂଚଳରେ ନକ୍ସଲ ଲୁଚାଇ ରଖିଥିବା ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଛି।ଏହି ଚଢଉରେ ଜିଲ୍ଲା ପୁଲିସ ସମେତ ଆଇଟିବିପି ଯବାନ ସାମିଲ ଥିଲେ।
Ad..
ପୁଲିସକୁ ମାଓ ଦମରେ ଲଗତାରା ସଫଳତା ମିଳି ଚାଲିଛି। ନକ୍ସଲ ଏବେ ପୁଲିସ ଭୟରେ ଲୁଚି ରହିଛନ୍ତି। କିନ୍ତୁ ପୁଲିସ ନିଜର ଟାର୍ଗେଟକୁ ସଫଳ କରିବା ପାଇଁ ସମସ୍ତ ଉଦ୍ୟମ ଲଗାଇଥିବା ଦେଖିବାକୁ ମିଳିଛି।
Edited by k.s thakur...
Tags:
chhattisgarh
Chhattisgarh news
latest news
latest update
malkangiri
narayanpur
naxal dump found
odisha daily current affairs
odisha news





