ବିଜେପୁର ସାର୍ବଜନୀନ ଦୁର୍ଗାପୂଜା : ଆଜି ମାଁ କାଳରାତ୍ରି ବେଶରେ ପୂଜା ପାଇଲେ...

ବିଜେପୁର ସାର୍ବଜନୀନ ଦୁର୍ଗାପୂଜା : ଆଜି ମାଁ କାଳରାତ୍ରି ବେଶରେ ପୂଜା ପାଇଲେ...


ବିଜେପୁର,୨୯/୦୯ (ବିଜୟ କୁମାର ସାହୁ) : ବରଗଡ ଜିଲ୍ଲା ବିଜେପୁର ସାର୍ବଜନୀନ ନବଦୁର୍ଗା ପୂଜା ମହୋତ୍ସବରେ ଆଜି ସପ୍ତମ ଦିବସରେ ମହା ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଦ୍ୱାରପାଳ ପୂଜା,ଅଙ୍କୁର ରୋପଣ ସହ ନିତି ନିଷ୍ଠାର ସହ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି।

Ad..


ଆଜି ଦେବୀ କାଳରାତ୍ରି ବେଶରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ଜମିଦାର ତଥା ବିଧାୟକ ସନତ କୁମାର ଗଡତୀୟା, ରଜନୀକାନ୍ତ ଗଡତୀୟା କର୍ତ୍ତା ଦାୟିତ୍ଵ ତୁଲାଉଥିବା ବେଳେ, ରାଜପୁରୋହିତ ତଥା ଚଣ୍ଡିପାଠକ କିଶୋର ଚନ୍ଦ୍ର ପୂଜାରୀ,ପୁସ୍ତକାଚାର୍ଯ୍ୟ ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ପୂଜା କର୍ମ ସମ୍ପାଦନ କରୁଛନ୍ତି। 

        Ad..


ଘଣ୍ଟଶଙ୍ଖ ହୁଳହୁଳି, ପୁରୋହିତ ଙ୍କ ବେଦମନ୍ତ୍ର ପାଠ ଧୂପ ଗୁଗଲ ର ମହମହ ବାସ୍ନାରେ ଏକ ଅପୂର୍ବ ଭକ୍ତି ଭାବମୟ ପରିବେଶ ସଂଚାରିତ ହେଉଛି। ପ୍ରତ୍ୟହ ସଂଧ୍ୟା ଆଳତୀରେ ମଣ୍ଡପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ ପରିଲକ୍ଷିତ ହେଉଛି। 

Ad..


ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିଲା ବେଳେ ଆଜି ଅପରାହ୍ନରେ ହାଇସ୍କୁଲ ପଡ଼ିଆରେ ରୋଚକ ମେଣ୍ଢା ଲଢ଼େଇ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ପୂଜା କମିଟିର ସହ ସମ୍ପାଦକ ପାଣ୍ଡବ ପଧାନ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। 

Ad..


ପୂଜା କମିଟିର ସଭାପତି ଶ୍ରୀମାନ ସନତ କୁମାର ଗଡତୀୟା, ସମ୍ପାଦକ ଜନାର୍ଦ୍ଦନ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଗଙ୍ଗାଧର ପଧାନ, ସରୋଜ କୁମାର ସାହୁ, ଡ଼ାକ୍ତର ସୁଧିର କୁମାର ସାହୁ, କିଶୋର ଷଡ଼ଙ୍ଗୀ...

Ad..


ପ୍ରେମାନନ୍ଦ ମହାପାତ୍ର,ତାପସ କୁମାର ଗଡତୀୟା, ନବୀନ କୁମାର ସାହୁ, ହୃଷିକେଶ ମେହେର ପ୍ରମୁଖ ପୂଜା ପରିଚାଳନାର ଗୁରୁଦାୟିତ୍ଵ ସମ୍ପାଦନ କରୁଛନ୍ତି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post