କୁଷ୍ଠାଶ୍ରମ ରେ ନୂଆଁଖାଇ ଭେଟଘାଟ ପାଳିଲା ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ...

କୁଷ୍ଠାଶ୍ରମ ରେ ନୂଆଁଖାଇ ଭେଟଘାଟ ପାଳିଲା ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ...


( ଅବହେଳିତ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଅଭିନବ ପ୍ରୟାସ, ଉଲ୍ଲେଖନୀୟ ପ୍ରତିଭାସମ୍ପନ୍ନ ଙ୍କୁ ସମ୍ବର୍ଦ୍ଧନା )

ବରଗଡ,୨୯/୦୯ (ବିଜୟ କୁମାର ସାହୁ) : ଗତ ୧୮ ବର୍ଷ ଧରି ବରଗଡ ଜିଲ୍ଲା ସାମ୍ବାଦିକ ସଂଘ ନିଜ ବାର୍ଷିକ ଉତ୍ସବକୁ ନୂଆଁଖାଇ ଭେଟଘାଟ ଭାବରେ ବିଭିନ୍ନ କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହ ପାଳନ କରି ଆସୁଛି।ଚଳିତ ବର୍ଷ ବରଗଡ଼ ଜିରା ନଦି କୂଳ ସ୍ଥିତ କୁଷ୍ଠାଶ୍ରମ ଠାରେ ସଂଘ ପକ୍ଷରୁ ଏହି ଅନନ୍ୟ ପର୍ବ ପାଳନ କରାଯାଇଛି।

Ad..

ସଂଘ ସଭାପତି ନାସିର ଖାଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଏବଂ ଶ୍ରମିକ ନେତା ସରଦାର ପ୍ରୀତମ ସିଂ ମୁଖ୍ୟ ଅତିଥି ଏବଂ ସମାଜସେବୀ ସନାତନ ପ୍ରଧାନ, ସମାଜସେବୀ ଚନ୍ଦ୍ର ଶେଖର ବାଗ... 

Ad..


ବରଗଡ ର ସୁନାମଧନ୍ୟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ଅଶ୍ବିନୀ ଭୋଇ, ଯୁବ ସମାଜସେବୀ ରିଙ୍କେଶ ମିଶ୍ର, ବରିଷ୍ଠ ସାମ୍ବାଦିକ ତୁଳସୀ ଚରଣ ଦାଶ, ଜାତୀୟ ବୁଦ୍ଧ ମହାସଭା ର ରାଜ୍ୟ ସଭାପତି ଜଗଦୀଶ ଲୁହା, ଲାୟନ୍ସ କ୍ଳବ ସମ୍ପାଦକ ଅଭୟ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି... 

Ad..


ଜିଲ୍ଲା ସାମ୍ବାଦିକ ସଂଘର ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ସଂଘ ର ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ବୋଳି ମତ ବ୍ୟକ୍ତ କରିଥିଲେ ଏବଂ ସମାଜର ସାମର୍ଥ୍ୟ ବର୍ଗ କୁ ଏହି ଅବହେଳିତ ବର୍ଗ ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆହ୍ବାନ ଦେଇଥିଲେ।

Ad..


ଏହା ସହିତ ଉପସ୍ଥିତ ଅତିଥି କୁଷ୍ଠରୋଗୀଙ୍କ ଉନ୍ନତି ପାଇଁ ଜିଲ୍ଲା ସାମ୍ବାଦିକ ସଂଘ ଦ୍ୱାରା କରାଯାଇଥିବା ପ୍ରୟାସକୁ ସାଧୁବାଦ ଜଣେଇଥିଲେ।ଏହି ଅବସରରେ ରୋହୀଣିଆ ର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୋହେଲା ର ସମାଜସେବୀ ସୁଦୟ ନାଏକ...

Ad..


ପାଣିମୋରା ଗ୍ରାମ ର ସମାଜସେବୀ ରମାକାନ୍ତ ପଟେଲ, ବରଗଡ ର ସାମାଜିକ କର୍ମୀ ବୁଧରାମ ସାହୁ, ବିଜେପୁର ବାଉଁଶପୁଳା ର ସମାଜସେବୀ ଯୋଗେଶ୍ୱର ସାହୁ, ଗାଇସିଲଟ ଟୁର୍ଚ୍ଚା ଗ୍ରାମାଞ୍ଚଳ ସାମ୍ବାଦିକ ଯୋଗେନ୍ଦ୍ର ସାହୁ, ବରିଷ୍ଠ କଳାକାର ମନାପଡା ର ସୁନ୍ଦରମଣୀ ସାହୁ...

Ad..


ବିଜେପୁର ଗଣ୍ଡପାଳି ର ନୃତ୍ୟ ନିର୍ଦେଶିକା ପ୍ରତିମା ସେଠଙ୍କୁ ନିଜ ନିଜ କ୍ଷେତ୍ରରେ ଉତ୍କୃଷ୍ଟ ସେବା କାର୍ଯ୍ୟ ପାଇଁ ସମ୍ମାନଫଳକ ସହ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟ ରେ ବରଗଡ ଜିଲ୍ଲା ସମାଜସେବୀ ସଂଘ ସଭାପତି ବଳିଷ୍ଠ ଦୁର୍ଗା ଏବଂ କାର୍ଯ୍ୟକର୍ତ୍ତା, ଚିତ୍ରସେନ ବିଶ୍ବାଲ, ଉମାକାନ୍ତ ପାଣିଗ୍ରାହୀ...

ଛୋଟେ ପାଣିଗ୍ରାହୀ, ଶୈଲେଶ ଶତପଥି, ସରୋଜ ନାୟକ, ଏମଡି ସାଜିଦ, ଅଜୟ ଦୁବେ, କୃଷ୍ଣ ପଧାନ, ବୁଦ୍ଧଦେବ ପଧାନ, ସମ୍ପଦ କଲେତ, ହରି ମୁଗରୀ, ଯତିରଞ୍ଜନ ପୂଜାରୀ, ମନୋଜ ରାୟ, ଦେବୀ ପ୍ରସାଦ ପଟ୍ଟନାୟକ, ତାନସେନ ସରାଫ, ଲଳିତ ବିଶି, ସନ୍ତୋଷ କର, ମଲ୍ଳେଶ ରାଓ, ଭୋଗୀରାଜ ରାଉତ, ରିତୁ ପୂଜାରୀ, ପ୍ରତିମା ତ୍ରିପାଠୀ, ମୁକେଶ ଆଚାର୍ଯ୍ୟ...

ସୁନୀଲ ଅଗ୍ରୱାଲ, ପ୍ରଣତି ମଲ୍ଲିକ, ଜିତେନ୍ ସାହୁ, ପ୍ରତୀକ୍ଷା ସାହୁ, ଅଲିଭା ବାରିକ, ସୁରେଶ କୁମାର ସାହୁ, ସୁଦାମ ମଲ୍ଲିକ, ଅରୁଣା ପର୍ଡିଆ, କାର୍ତିକ ପ୍ରଧାନ, ନିର୍ମଳ ଭୋଇ, ମଣ୍ଟୁ ପ୍ରଧାନ, ଯୋଗେଶ୍ୱର ମେହେର, ଅସିତ ପଟେଲ, ସୁମତି ବାଙ୍କ, କୂଳମଣି ନାଏକ, ମଧୁସୂଦନ ବର୍ଗେ, କୂଳମଣି ବାଗ, ପ୍ରମୁଖ ଉପସ୍ଥିତ ହୋଇ ସମ୍ବର୍ଦ୍ଧିତ ହୋଇଥିଲା।

ଏହି ଅବସରରେ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ କମ୍ବଳ, ବେଡ଼ସିଟ, ଲୁଙ୍ଗି, ସାଢ଼ୀ, ସାୟା, ବ୍ଲାଉଜ, ଗେଞ୍ଜୀ, ଗାମୁଛା ଇତ୍ୟାଦି ବଂଟ୍ଟନ କରିବା ସହ ଉପଯୁକ୍ତ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। 

ପରିଶେଷ ରେ ଟି. ଗଣ୍ଡପାଳି, ପାଣିମୋରା, ବହଳବାହାଲ ର ଶିଶୁ ନୃତ୍ୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ଗୀତ ପରିବେଷଣ କରା ଯାଇଥିଲା. ସଂଘ ସମ୍ପାଦକ ବିପିନ ବିହାରୀ ଦାଶ ସଭା ପରିଚ଼ାଳନା କରି ଥିବା ବେଲେ ଉପାଧକ୍ଷ ମହମ୍ମଦ ଅସଲମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post