ଜିଲ୍ଲା ସ୍ତରୀୟ ମାଧ୍ୟମିକ ସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ପାଇଁ "ସମ୍ଭବ" ପ୍ରଶିକ୍ଷଣ ଶିବିର...

ଜିଲ୍ଲା ସ୍ତରୀୟ ମାଧ୍ୟମିକ ସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ପାଇଁ "ସମ୍ଭବ" ପ୍ରଶିକ୍ଷଣ ଶିବିର...


ବରଗଡ଼,୨୦/୦୯ (ବିଜୟ କୁମାର ସାହୁ) : ସ୍ଥାନୀୟ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଜିଲ୍ଲା ର  ଅମ୍ବାଭୋନା ଓ ଅତାବିରା ବ୍ଲକ ର ୪୬ ଜଣ  ମାଧ୍ୟମିକ ସ୍କୁଲ ର  ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ  ପାଇଁ ପ୍ରଥମ ପର୍ଯ୍ୟାୟ "ସମ୍ଭବ" ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇ ଯାଇଛି । 

Ad..


ଜିଲ୍ଲା ଶିକ୍ଷା ବିଭାଗ ସମଗ୍ର ଶିକ୍ଷା ବିଭାଗ  ଆନୁକୁଲ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷଣ ନେଉଥିବା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବିଦ୍ୟାଳୟ ର ସାମଗ୍ରିକ ବିକାଶ ପାଇଁ ପ୍ରଧାନ ଶିକ୍ଷକ ଙ୍କ ଭୂମିକା ଓ ଦିଆ ଯାଇଥିବା ପ୍ରଶିକ୍ଷଣ ର ବ୍ୟବହାରିକ ଦିଗ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିଲେ 

Ad..


ସମ୍ମାନିତ ଅତିଥି ଭାବେ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଡ଼ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ରେ ସାଧନ କର୍ମୀ ଭାବେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ ପତି...

Ad..


ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା ଶିକ୍ଷକ ପୁସ୍ତମ୍ ବିଶି ଓ ସଞ୍ଜୟ ଖମାରୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ସମଗ୍ର ଶିକ୍ଷା ଶିକ୍ଷକ ତାଲିମ  ସଂଯୋଜିକା  (ପେଡା ଗୋଜୀ)ପୁଷ୍ପାଞ୍ଜଳି ଦାସ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post