ଜିଲ୍ଲାପରିଷଦ ଷ୍ଟାଣ୍ଡିଙ୍ଗ କମିଟିର ସମୀକ୍ଷା ବୈଠକ...

ଜିଲ୍ଲାପରିଷଦ ଷ୍ଟାଣ୍ଡିଙ୍ଗ କମିଟିର ସମୀକ୍ଷା ବୈଠକ...


ବରଗଡ଼,୨୦/୦୯ (ବିଜୟ କୁମାର ସାହୁ): ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବରଗଡ଼ ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟିର ସମସ୍ତ ସଦସ୍ୟଙ୍କ ଦ୍ୱାରା ଜିଲ୍ଲା ପ୍ଲାନ୍ ଓ ଆନୁଆଲ୍ ଆକ୍ସନ ପ୍ଲାନ୍, ଅର୍ଥ କମିଶନ ଗ୍ରାଣ୍ଟ , ଡ଼ିଏମେ ଏଫ...

Ad..


ଓଡ଼ିଶା ମିନେରାଲ ବେରିଂ ଆଣ୍ଡ୍ ଡେଭଲପମେଣ୍ଟ କର୍ପୋରେସନ, ସାଂସଦ ଓ ବିଧାୟକ ପାଣ୍ଠି, ପଶ୍ଚିମ ଓଡିଶା ବିକାଶ ପରିଷଦ ଯୋଜନା, ଷ୍ଟେଟ୍ ପ୍ଲାନ୍ ଆଣ୍ଡ ନନ୍ ପ୍ଲାନ୍ ସ୍କିମ୍, ପ୍ରଧାନମନ୍ତ୍ରୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା... 

       Ad..


ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମିଶନ ଶକ୍ତି,ଓରମାସ ଆଦି ବିଭିନ୍ନ ଯୋଜନାର ତୃଣମୂଳ ସ୍ତରରେ କାର୍ଯ୍ୟକାରିତା ନେଇ ବିଭାଗୀୟ ଅଧିକାରୀ ମାନଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

Ad..


ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ  ଜିଲ୍ଲା ପ୍ଲାନ୍ ଓ ଆନୁଆଲ ଆକ୍ସନ ପ୍ଲାନ୍, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠି ଖର୍ଚ୍ଚ ବ୍ଲକସ୍ତରରେ ହୋଇଛି । ଯାହା ଅଧାପାନ୍ତରିଆ କାମ ରହିଯାଇଛି ସେହି କାମ ସାରିବା ପାଇଁ  ଆଲୋଚନା  ହୋଇଥିଲା । 

Ad..


ସେହିପରି ବିଧାୟକ ପାଣ୍ଠି ଓ ଲୋକସଭା ସାଂସଦଙ୍କ ପାଣ୍ଠି ଖର୍ଚ୍ଚ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ମିଶନ ଶକ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିପରି ଅଧିକ ରୁ ଅଧିକ  ବ୍ୟାଙ୍କ୍ ଋଣ ନେଇ ଲାଭବାନ ହେବା ସହ ନେଇଥିବା ଋଣ ବ୍ୟାଙ୍କକୁ  ଫେରସ୍ତ କରି ପାରିବେ ଏହା ଉପରେ ବିଶେଷ ଗୁରୁତ୍ବ ଦିଆ ଯାଇଥିଲା । 

Ad..

ସେହି ପରି ଓରମାସ ଵିଭାଗରୁ ଗ୍ରାମ୍ୟ ସ୍ତରରେ ସିଲେଇ ମେସିନ ପ୍ରଶିକ୍ଷଣ ଦିଆହେଉଛି, କଳା ଧାନରୁ ଚାଉଳ ସଂଗ୍ରହ ୨୦୦୦ ମେଟ୍ରିକ ଟନ୍ ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ହେଉଛି, ଆଦି ବିଷୟରେ ଆଲୋଚନା କରାଯାଇଥିଲା।

Ad..


ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ମୋହନ ଲୁହାଙ୍କ ସମେତ, କମିଟିର ସଦସ୍ୟା ତଥା ଜିଲ୍ଲା ପରିଷଦ ସଦସ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post