କପିଲାଭଟା ରେ ଧାନମଣ୍ଡି ସ୍ଥାପନ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ...
ବଙ୍ଗୋମୁଣ୍ଡା,୨୦/୦୯ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ (ଧାନମଣ୍ଡି ) ସ୍ଥାପନ ପାଇଁ ଆଜି ବଙ୍ଗୋମୁଣ୍ଡା ତହସିଲଦାର ଙ୍କ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହୋଇ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି ।
Ad..
ବିଭିନ୍ନ ସମୟ ରେ ବିଭାଗୀୟ ଅଧିକାରୀ ଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ପ୍ରତିଶ୍ରୁତି ପାଣି ର ଗାର ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।୨୦୨୨ ମସିହା ରେ ପ୍ୟାକ୍ସ ପାଇଁ କମିଟି ଗଠନ କରାଯାଇଛି ହେଲେ ଆଜି ପର୍ଯ୍ୟନ୍ତ ପ୍ୟାକ୍ସ ହୋଇ ନ ଥିବା ଯୋଗୁଁ ଚାଷୀ ମାନେ ୟୁରିଆ ସାର ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।
Ad..
ବଲାଙ୍ଗୀର ଜିଲ୍ଲା ର ଶେଷ ସୀମା ରେ ଥିବା କପିଲାଭଟା ପଞ୍ଚାୟତ ରେ ସ୍ଥାପନ କଲେ ନିକଟସ୍ଥ ପଂଚାୟତ ର ବିଭିନ୍ନ ଗାଁ ର ଚାଷୀ ଭାଇ ମାନେ ସୁବିଧା ରେ ନିଜ ଉପାର୍ଜନ ଧାନ କୁ ବିକ୍ରି କରି ପାରିବେ ବୋଲି ଆଶା କରିଛନ୍ତି ।
Ad..
ଅଞ୍ଚଳ ର ଚାଷୀ ମାନେ ଧାନ ବିକ୍ରି କରିବା ପାଇଁ ଚୁଲିଫୁଙ୍କା ପ୍ୟାକ୍ସ କୁ ଯାଇ ଖର୍ଚ୍ଚ।ନ୍ତ ହେବା ସହ ସେଠାରେ ଦିନ ରାତି ରହି ଚାଷୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।
Ad..
ତୁରନ୍ତ କପିଲାଭଟା ପଞ୍ଚାୟତ ହେଡ଼କ୍ୱାଟର ଠାରେ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ( ଧାନମଣ୍ଡି ) ସ୍ଥାପନ ପାଇଁ କପିଲାଭଟା ଗ୍ରାମପଞ୍ଚାୟତ ର ସମିତିସଭ୍ୟ କେଦାର ଭୋଇ ଙ୍କ ନେତୃତ୍ୱରେ ମାଁ ସାହାଜି ଯୁବକ ସଂଘ ର ସମ୍ପାଦକ ହୁଲେଶ୍ୱର ହଂସ,ଯୁବନେତା ଧର୍ମେନ୍ଦ୍ର ଦାସ ଙ୍କ ସହ ଅଞ୍ଚଳବାସୀ ମାନେ ସାମିଲ ହୋଇଥିଲେ ।
Ad..
ତୁରନ୍ତ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ମାନେ ଚେତାବନୀ ଦେଇଛନ୍ତି ।
Ad..
Edited by k.s thakur...
Tags:
bangomunda
bolangir daily current affairs
kantabanji
kapilabhata
latest news
latest update
odisha daily current affairs
odisha news







