ସର୍ବ ଭାରତୀୟ ସଂସ୍କୃତି ପରିଷଦ ପକ୍ଷରୁ କଲିକତାରେ ସମ୍ବର୍ଦ୍ଧିତ ହେଲେ ବରଗଡ଼ କଳାକାର...

ସର୍ବ ଭାରତୀୟ ସଂସ୍କୃତି ପରିଷଦ ପକ୍ଷରୁ କଲିକତାରେ ସମ୍ବର୍ଦ୍ଧିତ ହେଲେ ବରଗଡ଼ କଳାକାର...


ବରଗଡ଼,୨୧/୦୯ (ବିଜୟ କୁମାର ସାହୁ) : କଳା ସଂସ୍କୃତି ସାହିତ୍ୟ ,ସଙ୍ଗୀତ ଓ ନୃତ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବ ଭାରତୀୟ ସ୍ତର ରେ ବରଗଡ଼ ଜିଲ୍ଲା ର ସଙ୍କୀର୍ତ୍ତନ ଗୁରୁ ପ୍ରମୋଦ ଦାଶ ଓ ସୁଶିଲ ଦାଶଙ୍କୁ ଶ୍ରୀ ଚୈତନ୍ୟ ସମ୍ମାନ... 

Ad..


ବାସୁଦେବ ପ୍ରଧାନ ଙ୍କୁ ଗୁରୁ ରତ୍ନଜ୍ୟୋତି ସମ୍ମାନପ୍ରମୋଦ ପ୍ରଧାନ ଙ୍କୁ କଳା ଗୌରବ ସମ୍ମାନ ମୀନକେତନ ମେହେର ଙ୍କୁ ଗାୟକ ଶିରୋମଣି ସମ୍ମାନ, ଏମ ଡି ତୋଫିକ ଖାନ୍ ଓ ଅନିରୁଦ୍ଧ ପାଇକ ଙ୍କୁ କଳା ଗୌରବ ସମ୍ମାନ ,ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ ଙ୍କୁ  ନୃତ୍ୟ ଜ୍ୟୋତି ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି ।

Ad..


ସର୍ବଭାରତୀୟ ସଂସ୍କୃତି ଉନ୍ନୟନ ସଂସ୍ଥା ପକ୍ଷରୁ ପଶ୍ଚିମବଙ୍ଗ କଲିକତା ସ୍ଥିତ ଆଇସିସିଆର୍ ଭବନ ଠାରେ ଆୟୋଜିତ ଆନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ସମ୍ବର୍ଧନା ଉତ୍ସବ "ମହାମାୟା" -୨୦୨୫  ଅବସର ରେ ବରଗଡ଼ ଜିଲ୍ଲା ର ଏହି  କଳାକାର ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । 

   Ad..


ଏହି କାର୍ଯ୍ୟକ୍ରମରେ  କଲଚର୍ ଡେଭଲପମେଣ୍ଟ  ଫାଉଣ୍ଡେସନ ଅଧ୍ୟକ୍ଷ ଡ ଷ୍ଟାଲିନ ପରିଜା, ଆନ୍ତର୍ଜାତୀୟ ନୃତ୍ୟ ପରିଷଦ ସଭ୍ୟ ଡ ଉପେନ୍ଦ୍ର କୁମାର ଶର୍ମା, ସର୍ବ ଭାରତୀୟ  ଆର୍ଟ ଏଣ୍ଡ କଲଚର ଫାଉଣ୍ଡେସନ ର ସଭାପତି ଚୈତନ୍ୟ ପାଇକ, ଉପସଭାପତି ଅର୍ପିତା ଚାଟର୍ଜୀ...

Ad..


ସହ ସମ୍ପାଦକ ତୁଷାର କାନ୍ତ ବେହେରା , ରବୀନ୍ଦ୍ର ଭାରତୀ ବିଶ୍ଵ ବିଦ୍ୟାଳୟ ର ପ୍ରଫେସର ବାବୁ ମାନ୍ନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ରାଜ୍ୟ ରୁ ଆସିଥିବା କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post