ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଆୟୋଜିତ ହେଲା ଗଣ ଦୌଡ “ନମୋ ଯୁବ ରନ୍”...

ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଆୟୋଜିତ ହେଲା ଗଣ ଦୌଡ “ନମୋ ଯୁବ ରନ୍”...


ବରଗଡ଼,୨୧/୦୯ (ବିଜୟ କୁମାର ସାହୁ) : ଜାତୀୟ ସ୍ତରରେ ଗତ ୧୭ ସେପ୍ଟେମ୍ବର ଠାରୁ ଆଗାମୀ ୨ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହେଉଥିବା “ସେବା ପକ୍ଷ”ର ଅଂଶରୂପ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତଥା କ୍ରୀଡା ବିଭାଗ ଆନୁକୂଲ୍ୟରେ“ନମୋ ଯୁବ ରନ୍ : ଗଣ ଦୌଡ ଆୟୋଜିତ ହୋଇଯାଇଛି । 

      Ad..


ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିଅମ ଠାରୁ ଗାନ୍ଧୀ ଛକ, ବନ୍ଧୁଟିକ୍ରା ଛକ, ଜର୍ଜ୍ ଉଚ୍ଚ ବିଦ୍ୟାଳୟ ହୋଇ ମିନି ଷ୍ଟାଡିଅମ୍ ପର୍ଯ୍ୟନ୍ତ ଆୟୋଜିତ ଏହି ଗଣ ଦୌଡରେ ମାଦକଦ୍ରବ୍ୟ ବ୍ୟବହାରର ଅପକାରିତା ବିଷୟରେ ସଚେତନା...

        Ad..


ସୃଷ୍ଟି କରିବା ସହ ନିଶା ମୁକ୍ତ ଭାରତ ଗଠନ ନିମନ୍ତେ ସୁସ୍ଥ ଜୀବନଶୈଳୀ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି କରିବା ପାଇଁ ଜିଲ୍ଲାର ଶତାଧିକ ଯୁବକ-ଯୁବତୀ ଓ ସାଧାରଣ ନାଗରିକ ଲୋକଙ୍କୁ ସଚେତନ କରିଥିଲେ।

Ad..


ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅଜୟ କୁମାର ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଫ୍ଲାଗ୍-ଅଫ୍ କରି ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ଏଥେଲେଟିକ୍ସ ଆସୋସୋଏସନ ସଭାପତି ଶ୍ରୀ କିଶୋର ଚନ୍ଦ୍ର ମିଶ୍ର...

Ad..


ସଦସ୍ୟ ଶ୍ରୀ ସୁରେଶ ଦାସ, ଆବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଶୋଭନ କୁ. ନାୟକ, ନେହରୁ ଯୁବ କେନ୍ଦ୍ର ବରଗଡ଼ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କମଲ ସା ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।




Report : Bijay ku sahu

Edited by k.s thakur...


Post a Comment

Previous Post Next Post