ସଂଯୁକ୍ତ କୃଷକ ସଂଗଠନ ପ୍ରତିନିଧି ମଣ୍ଡଳୀ ତହସିଲଦାର ଙ୍କୁ ଭେଟି ବରପାଲି ବ୍ଲକର ସମସ୍ୟା ର ଶୀଘ୍ର ସମାଧାନ ପାଇଁ ନିବେଦନ...

ସଂଯୁକ୍ତ କୃଷକ ସଂଗଠନ ପ୍ରତିନିଧି ମଣ୍ଡଳୀ ତହସିଲଦାର ଙ୍କୁ ଭେଟି ବରପାଲି ବ୍ଲକର ସମସ୍ୟା ର ଶୀଘ୍ର ସମାଧାନ ପାଇଁ ନିବେଦନ...


ବରଗଡ଼,୦୯/୦୯ (ବିଜୟ କୁମାର ସାହୁ): ସଂଯୁକ୍ତ କୃଷକ ସଂଗଠନ ପ୍ରତିନିଧି ମଣ୍ଡଳୀ କାରଣ ସାହୁଙ୍କ ନେତୃତ୍ୱ ରେ ତହସିଲଦାର ରୁକ୍ମଣ ମେହେରଙ୍କୁ ଭେଟି ବରପାଲି ବ୍ଲକର ଧାନ ପଞ୍ଜିକରଣ, ସାର କଳାବଜାରୀ, ଇନପୁଟ ସବସିଟି ଏବଂ ଚକବନ୍ଦୀ ସମସ୍ୟା ର ଶୀଘ୍ର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି। 

      Ad..


ପ୍ରକାଶ ଥାଉକି ଗତ ରବି ଋତୁରେ ଅଦିନିଆଁ ବର୍ଷା କାରଣ ରୁ କିଛି ଚାଷି ଇନପୁଟ ପାଇଥିବା ବେଳେ ବହୁତ ଚାଷୀଙ୍କ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଖମାଖିଆଲି ରିପୋର୍ଟ ପାଇଁ ଇନପୁଟ ସବସିଟି ପାଇନାହାନ୍ତି। 

         Ad..


ଚକବନ୍ଦୀ ସମସ୍ୟା ପାଇଁ 1 ସେପ୍ଟେମ୍ବର ରୁ କିଛି ଚାଷି ଧାରଣା ରେ ବସିଛନ୍ତି ତେଣୁ ସେମାନଙ୍କୁ ସମର୍ଥନ ଦେଇ ଶୀଘ୍ର ସମାଧାନ କରିବାକୁ କୁହାଯାଇଛି। 

Ad..


ଧାନ ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଏବଂ ସାର ସଙ୍କଟ ଓ କଳାବଜାରୀ ର ସମାଧାନ କରି ଆବଶ୍ୟକ ମୁତାବକ ରାସାୟନିକ ସାର ଯୋଗାଇ ଦେବାପାଇଁ ସଂଗଠନର କର୍ମୀ ତପନ ମିଶ୍ର, ଟେକରାଜ ପଧାନ, ଦିବାକର ପଧାନ, ଭୁବନ ପଧାନ, ଗୁଣମଣି ପଧାନ...

Ad..


ସୁଦାମ ସାହୁ, ଠାକୁର ବିଶ୍ୱାଳ, ସୁରେଶ ନିକେଣ୍ଟି ଏବଂ ରମେଶ ମହାପାତ୍ର ଆଲୋଚନା କରିଛନ୍ତି। ଯଦି ଆଲୋଚନା କୁ ଗଭୀରତା ନିଆନଯାଏ ତାହାହେଲେ ବଡ ଧାରଣ ର ଆନ୍ଦୋଳନ କରାଯିବ ଚେତାବନୀ ଦେଇଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post