ବରଗଡ଼ ରେ ଜବରଦଖଲ ଉଚ୍ଛେଦ ଘଟଣା, ଧାରଣା ଦେଇ ଚେତାବନୀ...

ବରଗଡ଼ ରେ ଜବରଦଖଲ ଉଚ୍ଛେଦ ଘଟଣା, ଧାରଣା ଦେଇ ଚେତାବନୀ...


ବରଗଡ଼,୦୯/୦୯ (ବିଜୟ କୁମାର ସାହୁ): ବରଗଡ଼ ସହରରେ ଚତୁର୍ଥ ଥର ପାଇଁ ଜବରଦଖଲ ଉଚ୍ଛେଦ କୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଥାନା ଛକ ଠାରୁ ଲେଙ୍ଗୁମିଶ୍ର ଛକ ପର୍ଯ୍ୟନ୍ତ ଜବରଦଖଲ ରେ ଥିବା ଦୋକାନ ଓ କୋଠାଘର ଭଙ୍ଗା ଯାଉଛି। 

     Ad..


ଫଳରେ ଅତି କମ୍ ସମୟ ଦିଆଯାଇ ପ୍ରଶାସନ ପାତରଅନ୍ତର କରୁଥିବା ନେଇ କଂଗ୍ରେସ ନେତା ଙ୍କ ସହ ତାଙ୍କର ସମର୍ଥକମାନେ ଦୃଢ଼ ବିରୋଧ କରିଥିଲେ।ଫଳରେ କଂଗ୍ରେସ ନେତା ନିପନ ଦାଶ ଙ୍କୁ ପୋଲିସ ଉଠାଇନେବା ଯୋଗୁଁ...

        Ad..


ନିପନ ଙ୍କ ସମର୍ଥନ ରେ ବହୁ କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରି ବରଗଡ଼ ଗାନ୍ଧୀ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ବରଗଡ଼ ସହରରେ ପ୍ରଥମେ ଲେଙ୍ଗୁମିଶ୍ର ଛକ ରୁ ପୁରୁଣା ଜିରା ବ୍ରିଜ୍ ପର୍ଯ୍ୟନ୍ତ ଭଙ୍ଗା ଯାଇ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ...

    Ad..


ଦ୍ବିତୀୟ ପର୍ଯ୍ୟାୟରେ ପ୍ରାଇଭେଟ୍ ବସଷ୍ଟାଣ୍ଡ ରୁ ଗାନ୍ଧୀ ଛକ, ଭଟଲି ଛକ ରୁ ଲମ୍ବା ବିଲଡିଙ୍ଗ ଓ ଏବେ ଥାନା ଛକ ରୁ ଲେଙ୍ଗୁମିଶ୍ର ଛକ ପର୍ଯ୍ୟନ୍ତ ଭଙ୍ଗା ଯାଇ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି ଯାହାକି ଏବେ ସହରରେ ଏକ ଭୟଙ୍କର ବାତାବରଣ ଦେଖାଦେଇଛି। 

Ad..


ଗୋଟିଏ ପରେ ଗୋଟିଏ ଉଛେଦ ଜାରି ରହିଥିବା ବେଳେ ଆଜି ପୁଣି ନାଗରିକ କମିଟି, ଓକିଲ ସଂଘ, ଅମ୍ବାପାଲି ଗ୍ରାମବାସୀ, ସମଲେଶ୍ଵରୀ ସଂଘ ସମର୍ଥନ ରେ ପୁଣିଥରେ ଆନ୍ଦୋଳନ ରୂପ ନେଉଛି। 

Ad..


ଲେଙ୍ଗୁ ମିଶ୍ର ଛକ ଠାରୁ ଅମ୍ବାପାଲି ରାସ୍ତା ପର୍ଯ୍ୟନ୍ତ ପ୍ରଥମ ଜବରଦଖଲ ଉଚ୍ଛେଦ ଆଇନ ର ଧାରା ଯୋଗୁଁ ବନ୍ଦ୍ ହୋଇଥିବା ବେଳେ ପୁଣିଥରେ ବାକିଥିବା ଉଚ୍ଛେଦ କୁ ପ୍ରଶାସନ ସଂପୂର୍ଣ୍ଣ କରିବା ଦାବିରେ ନାଗରିକ କମିଟି ର ରାସ୍ତା ଉପରେ ବସି ଧାରଣା ବନ୍ଦ ଆନ୍ଦୋଳନ ଜାରି ରହିଛି।

Ad..


ଘଟଣା ସ୍ଥଳରେ ବରଗଡ଼ ଉପଜିଲ୍ଲାପାଳ ପହଞ୍ଚି ଅଭିଯୋଗ ଶୁଣିବା ପାରେ ବିଭିନ୍ନ ଫୋରମ୍ କୁ ନେଇ ବୈଠକ କରି ସରକାରୀ ସ୍ଥାନରେ ଜବରଦଖଲ କରି ରହିଥିବା ସ୍ଥାନକୁ ବିକାଶ ଯୋଗ୍ୟ ହୋଇଥିଲେ ଉଚ୍ଛେଦ କରାଯିବ ବୋଲି ଆନ୍ଦୋଳନ ସ୍ଥଳରେ ପହଞ୍ଚି ସୂଚନା ଦେଇଛନ୍ତି। 

ମୁଖ୍ୟ କରି ଗାନ୍ଧୀ ଛକ, ଭଟଲି ଛକ ପ୍ରଭୃତି ଦିନକୁ ଦିନ ଜନସମାଗମ ବଢ଼ିବାରେ ଲାଗିଛି। ଏବେ ଭଟଲି ଛକ ରେ ପାର୍କିଂ ସ୍ଥାନ ଅଭାବ ରହୁଛି ଯାହାକି ପ୍ରଶାସନ ର ମୁଣ୍ଡ ବିନ୍ଧା ପାଲଟିଛି। 

ବରଗଡ଼ ର ବିକାଶ ପାଇଁ ଜବରଦଖଲ ଉଚ୍ଛେଦ କୁ ନାଗରିକ କମିଟି ସମର୍ଥନ କରୁଛି ହେଲେ ପ୍ରଥମେ ଆରମ୍ଭ ହୋଇଥିବା ଲେଙ୍ଗୁମିଶ୍ର ଛକ ଠାରୁ ଅମ୍ବାପାଲି ରାସ୍ତା ଅଧା ଉଚ୍ଛେଦ କରାଯାଇଛି ତାହା ସଂପୂର୍ଣ୍ଣ କରାଯାଉ ବୋଲି ନାଗରିକ କମିଟି ସଭାପତି ଭିଷ୍ମଦେବ ସରାଫ ପ୍ରଶ୍ନ କରିଛନ୍ତି ଓ ସେ ଧାରଣା ସ୍ଥଳରେ ଉଠିବା ପାଇଁ ବସି ନାହୁଁ ଦାବିପୂରଣ ନହେଲେ ଆହୁରି ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post