ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଭାଗ୍ୟବନ୍ତୀ ବିଶ୍ଵାଳ ଙ୍କୁ ସମ୍ବର୍ଧନା...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଭାଗ୍ୟବନ୍ତୀ ବିଶ୍ଵାଳ ଙ୍କୁ ସମ୍ବର୍ଧନା...


ବରଗଡ଼,୦୮/୦୯ (ବିଜୟ କୁମାର ସାହୁ): ଓଡ଼ିଆ ବାଳକ  କ୍ଲଷ୍ଟର ଅଧୀନ ରେ ସମଲେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଭାଗ୍ୟବନ୍ତୀ ବିଶ୍ଵାଳ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବାରୁ ତାଙ୍କୁ ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ଠାରେ ବିପୁଳ ସମ୍ବର୍ଧନା ପ୍ରଦାନ କରାଯାଇଛି ।

      Ad..


ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟକାନ୍ତି ଭୋଇ ଯୋଗ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ରଜକ ସେବା ସମିତି ଅଧ୍ୟକ୍ଷ ଅର୍ଜୁନ ସେଟ୍...

        Ad..


ସାମାଜିକ କର୍ମୀ ସଂଘମିତ୍ରା ପଟେଲ ,ଅବସର ପ୍ରାପ୍ତ ଶିକ୍ଷକ କପିଲ ବାଗ , ଡ ଡୋଳା ମଣି ସତପଥି ,ମୀନା ପଣ୍ଡା,ଶିକ୍ଷକ ଦୁଃଖୀ ସେବକ ସାହୁ ଶିକ୍ଷକ ଅଭିଭାବକ ସଂଘ ବରିଷ୍ଟ ସଦସ୍ୟ ସୁଦର୍ଶନ ବାରିକ,ଆଲୋକ ରଂଜନ ଦାଶ, ବାଂକା ବିହାରି ସାହୁ...

Ad..


ସନ୍ତୋଷ ପଣ୍ଡା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରେଣୁ ଦାଶ ଶର୍ମା  ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନ ରେ ଜାତୀୟ ପୁରସ୍କାର ପାଇ ବରଗଡ଼ କୁ ଗୌରବାନ୍ଵିତ କରିବା ପାଇଁ ଆଶା ପୋଷଣ କରିଥିଲେ।

Ad..


ତେବେ ସମ୍ବର୍ଧନା ର ଉତ୍ତର ରେ ଶ୍ରୀମତୀ ବିଶ୍ଵାଳ ପୁରସ୍କାର ପଛରେ ନ ଗୋଡ଼ାଇ ନିଜ କର୍ତ୍ତବ୍ୟ କୁ ଠିକ୍ ଭାବେ ସମ୍ପାଦନ କଲେ ସ୍ଵୀକୃତି ନିଶ୍ଚୟ ମିଳେ ବୋଲି ଅଭିହିତ କରିଥିଲେ ।

Ad..


ଏହି ଅବସର ରେ ଅନ୍ୟମାନଙ୍କ ମଧ୍ୟରେ ରାଣା ପ୍ରତାପ ସ୍କୁଲ ର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମୟୀ ତ୍ରିପାଠୀ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post