ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଖମରାର ତିନିଜଣ ଶିକ୍ଷକଙ୍କର କୃତିତ୍ବ...

ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଖମରାର ତିନିଜଣ ଶିକ୍ଷକଙ୍କର କୃତିତ୍ବ...


ବରଗଡ଼,୦୮/୦୯ (ବିଜୟ କୁମାର ସାହୁ): ପାଇକମାଲ ବ୍ଲକ୍ ଅଧୀନସ୍ଥ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଖମରାର ତିନିଜଣ ଶିକ୍ଷକ ଶ୍ରୀଯୁକ୍ତ ବିନୋଦ କୁମାର ସାହୁ(ହିନ୍ଦୀ ଶିକ୍ଷକ),ଶ୍ରୀମତି କଳ୍ପନା ସାହୁ(ସଂସ୍କୃତ ଶିକ୍ଷୟିତ୍ରୀ)...

        Ad..


ଶୀମତି ରଶ୍ମିତା ଦଣ୍ଡସନା ( କ୍ରୀଡା ଶିକ୍ଷୟିତ୍ରୀ)ଗତ ତା:୦୫.୦୯.୨୦୨୫ ପବିତ୍ର ଗୁରୁଦିବସ ଅବସରରେ ବରଗଡ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାଠାରେ ଆୟୋଜିତ ସମ୍ମାନ ସମାରୋହରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2024-25 ଲାଭ କରିଛନ୍ତି। 

         Ad..


ତେଣୁ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ଯାଳୟ ଲଖମରାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ହୋତା ତତ୍ତ୍ବାବଧାନରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିଙ୍କ ଦ୍ୱାରା ଏହି ପୁରସ୍କାରପ୍ରାପ୍ତ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା।

Ad..


ବିଦ୍ୟାଳୟର ତିନି ଜଣ ଶିକ୍ଷକ ଏହି ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ ହେବା ବିଦ୍ୟାଳୟ, କ୍ଲଷ୍ଟର, ବ୍ଲକ୍ ତଥା ସମଗ୍ର ଜିଲ୍ଲା ପାଇଁ ଅପାର ଗୌରବର ବିଷୟ। 

Ad..


ଏହି ସମ୍ମାନଟି ଶିକ୍ଷକମାନଙ୍କ କର୍ତ୍ତବ୍ୟନିଷ୍ଠା ,ଶିକ୍ଷକତା, ସାଂସ୍କୃତିକ ମୂଲ୍ୟବୋଧ ଏବଂ କ୍ରୀଡ଼ାକ୍ଷେତ୍ରରେ ତାଙ୍କର ସ୍ୱତନ୍ତ୍ର ଅବଦାନକୁ ପ୍ରତିପାଦନ କରୁଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post